ତେଲୁଗୁ ଛାତ୍ରଛାତ୍ରୀଙ୍କ ସମସ୍ୟା ଆସି ବୁଝିଲେ ଆନ୍ଧ୍ରର ପ୍ରତିନିଧି ଦଳ

0
70

ବ୍ରହ୍ମପୁର,(ଓବି ନ୍ୟୁଜ): ବ୍ରହ୍ମପୁର ଗସ୍ତରେ ଆନ୍ଧ୍ର ପ୍ରଦେଶର ଏକ ପ୍ରତିନିଧି ଦଳ । ବିଧାନ ପରିଷଦ ଅଧ୍ୟକ୍ଷ ଏମ୍‌. ଏ. ସରିଫ୍ ଙ୍କ ନେତୃତ୍ୱରେ ୪ ଜଣିଆ ପ୍ରତିନିଧି ଦଳ ବ୍ରହ୍ମପୁରରେ ସରକାରୀ ବାଳିକା ବିଦ୍ୟାଳୟ, ସିଟି ହାଇସ୍କୁଲ ଗସ୍ତରେ ଯାଇ ବିଦ୍ୟାଳୟରେ ତେଲୁଗୁ ଶିକ୍ଷା କିପରି ଚାଲିଛି ଆଉ ସେଥି ପାଇଁ କିପରି ରହିଛି ଭିତିଭୂମି ତାହାର ଅନୁଧ୍ୟାନ କରିବା ସହ ସ୍କୁଲ କର୍ତୃପକ୍ଷ ଆନ୍ଧ୍ର ସମାଜର ସଭାପତି, ବିଭିନ୍ନ ତେଲୁଗୁ ସଂଗଠନ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଏପରି ଏକ ଟିମ୍ ଗଞ୍ଜାମ ଗସ୍ତରେ ଆସିବା ପରେ ତେଲୁଗୁ ପିଲା ମାନଙ୍କ ଶିକ୍ଷାରେ ଉନ୍ନତି ଘଟିଥିଲା । ଏପରିକି ଓଡ଼ିଶାର ଟିମ୍ ଆନ୍ଧ୍ର ଯାଇ ମଧ୍ୟ ପିଲାଙ୍କ ସମସ୍ୟା ତଦାରଖ କରୁଛନ୍ତି । ଏଣୁ ଏହା ବେଶ୍ ସହାୟକ ହେବ ବୋଲି ଆନ୍ଧ୍ର ସମାଜର ସଭାପତି ପି. ସତ୍ୟ ନାରାୟଣ କହିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି, ତେଲୁଗୁ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ପରିଷଦର ଅଧ୍ୟକ୍ଷ ଏମ୍‌. ଏ. ସରିଫ୍ କହିଥିବା ବେଳେ ପିଲା ମାନେ ଟିମ୍ ସହ ଆଲୋଚନା କରି ବେଶ୍ ଉତ୍ସାହିତ ହୋଇଥିଲେ । ଅନ୍ୟ ପଟେ ବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଶିକ୍ଷକଙ୍କର ଅଭାବ ରହିଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here