ଠକେଇର ଶିକାର, ଜାଲ ନୋଟ୍ ଦେଇ ଠକି ନେଇଗଲେ ମେଣ୍ଢା

0
102

କୋକସରା (ଓବି ନ୍ୟୁଜ୍): କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ଜଣେ ମେଣ୍ଢା ପାଳକଙ୍କ ଠାରୁ ଜାଲ ନୋଟ୍ ଦେଇ ବୋପାରିମାନେ ମେଣ୍ଢା ନେଇ ଅତି ଚତୁରତାର ସହ ଚାଲିଯାଇଥିବା ଜଣାପଡିଛି । ମୁଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ରୁତୁରାଜ ରାଉତ ରବିବାର ଦିନ ଏହି ଠେକଇର ଶିକାର ହୋଇଛନ୍ତି । ମିଲିଥିବା ସୁଚନା ଅନୁସାରେ, ସେ ରବିବାର ବେହେରା ସାପ୍ତାହିକ ବଜାରକୁ ମେଣ୍ଢା ବିକ୍ରି କରିବା ପାଇଁ ନେଇଥିଲେ । ସେଠାରେ ବେପାରି ମାନେ ଅତି ଶସ୍ତାରେ ମୁଲଚାଲ କରିଥିବାରୁ ମେଣ୍ଢାଟିକୁ ବିକ୍ରିନକରି ଘରକୁ ଫେରିଆସୁଥିଲେ, ହେଲେ ବେହେରା ସ୍ଥିତ ଖେଲ ପଡିଆ ପାଖାପୁଖି ବଜାରରେ ପୂର୍ବରୁ ମୁଲଚାଲ କରିଥିବା ସେହି ବେପାରି ମାନେ ତାଙ୍କୁ ସେଠାରେ ଅଟକାଇ ମେଣ୍ଢାଟିକୁ ତାଙ୍କ କହିବା ମୂଲ୍ୟ ହିସାବରେ ୫ ହଜରା ଦେଇ କିଣି ନେଇଯାଇଥିଲେ । ସେଠାରେ ରୁତୁରାଜ ଟଙ୍କା ଗଣିଥିଲେ ହେଁ ସେହି ଠକ ବେପାରି ମାନେ ଅତି ଚତୁରତା ସହ ଖଣ୍ଡେ ଭଲ ନୋଟ୍ କୁ ଉପରପାଶ୍ୱର୍ରେ ରଖିଥିବାରୁ ସେ ଜାଣିପାରିନଥିବା କହିଛନ୍ତି । ଯେତେବେଳେ ଘରକୁ ପହଞ୍ଚି ରୁତୁରାଜ ସନ୍ଧ୍ୟାରେ ସେହି ଟଙ୍କାକୁ ପୂନର୍ବାର ଗଣିଥିଲେ ହେଲେ ଗୋଟିଏ କ୍ରମିକ ସଂଖ୍ୟାର ୪୯ ଗୋଟି ଶହେ ଟଙ୍କିଆ ନୋଟ ସେ ଦେଖିବାକୁ ପାଇ ନକଲି ନୋଟ୍ ବୋଲି ଜଣିପାରିଥିଲେ । ସେହି ଟଙ୍କା ଭିତରୁ ମାତ୍ର ଶହେ ଟଙ୍କା ଭଲନୋଟ୍ ଥିବା ବେଲେ ସେହି ଠକ ବୋପାରି ମାନେ ଧର୍ମଗଡ ଅଞ୍ଚଳର ବୋଲି ତାଙ୍କୁ ପରିଚୟ ଦେଇଥିବା ରୁତୁରାଜ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏସମ୍ବନ୍ଧେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here