ସାମ୍ବାଦିକ- ପ୍ରଶାସନ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ

0
89

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ହିଞ୍ଜିଳିକାଟୁ କଲେଜ ଖେଳ ପଡିଆ ଠାରେ ସାମ୍ବାଦିକ ଏକାଦଶ ବନାମ ପ୍ରଶାସନ ଏକାଦଶ ବନ୍ଧୁତାପୁର୍ଣ୍ଣ କ୍ରିକେଟ ମ୍ୟାଚ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଟିତ ହୋଇଯାଇଛି ।

ଖେଳ ପ୍ରାରମ୍ଭ ରେ କରୋନା ରେ ମୃତ ସାମ୍ବାଦିକ ପ୍ରିୟଦର୍ଶ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ସକାଶେ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଟସ୍ ଜିତି ପ୍ରଶାସନ ଏକାଦଶ ବିଡ଼ିଓଙ୍କ ନେତୃତ୍ଵ ରେ ନିର୍ଦ୍ଧାରିତ ୧୨ ଓଭରରେ ୩ଟି ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲେ।ଜବାବରେ ମିଡ଼ିଆ ଏକାଦଶ ପକ୍ଷରୁ ନିର୍ଦ୍ଧାରିତ ଓଭରରେ ୨ଟି ୱିକେଟ ହରାଇ ୧୧୩ ରନ ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।ମ୍ୟାନ୍ ଅଫ୍ ଦି ମ୍ୟାାଚ ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର,ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ସୋରଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ପ୍ରଧାନ,ଶ୍ରେଷ୍ଟ ବୋଲର ଭାବେ ହିଞ୍ଜିଳି ଥାନା ଏସଆଇ ବାସୁଦେବ ଭୋଇ, ଅଲରାଉଣ୍ଡର ଭାବେ ସାମ୍ବାଦିକ ନୀଳାଞ୍ଚଳ ସାହୁ,ଆମାଜିଙ୍ଗ ଓ ଏକ୍ସଲେଣ୍ଟ ଖେଳାଳି ଭାବେ ସାମ୍ବାଦିକ ଶେଷଦେବ ସାହୁ ଓ ବିଶ୍ୱମ୍ବର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ,ନିଳମଣି ପଟ୍ଟନାୟକ ଧାରା ବିବରଣୀ କରିଥିଲେ।ଆମ୍ପାୟାର ଭାବେ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ଓ ଜିତେନ୍ଦ୍ର ପଣ୍ଡା ଦାୟିତ୍ୱ ନିର୍ବାହ କରୁଥିଲେ।

LEAVE A REPLY

Please enter your comment!
Please enter your name here