ରନିଂ ଗାଡ଼ିରେ ପ୍ରେମ!!!

0
14100

ବ୍ରହ୍ମପୁର (ଓବି ନ୍ୟୁଜ)(ତୁଷାର): ସାବଧାନ କ୍ୟାମେରା ସବୁ ଦେଖୁଛି । ପ୍ରେମିକ ପ୍ରେମିକା ଦୁଇ ଚକିଆ ଫଟଫଟିଆ ଗାଡ଼ିରେ ବସି ପ୍ରେମ କରୁଥିବା ବେଳେ ଧରା ପଡ଼ିଯାଇ ପାରନ୍ତି କ୍ୟାମେରାର ଲେନ୍ସରେ । ସହରର ବିଭିନ୍ନ ସ୍ଥାନରେ ଏବେ ଖଞ୍ଜା ଯାଇଛି ସିସି କ୍ୟାମେରା । ଅବଶ୍ୟ ସେଥିରୁ ଖସିବାର ବାଟ ମଧ୍ୟ ପାଇ ଯାଇଛନ୍ତି କିଛି ବୁଦ୍ଧିଆ ପ୍ରେମିକ ଓ ପ୍ରେମିକା । ଟ୍ରାଫିକ୍ ନୀୟମ ପାଳନର ଆଜ୍ଞାଧୀନ ଛାତ୍ର ପରି ପ୍ରେମିକଟିଏ ହେଲିମେଟ୍ ପିନ୍ଧୁଥିବା ବେଳେ କି ବର୍ଷା କି ଶୀତ ପ୍ରେମିକାଟିଏ କପଡ଼ାରେ ନିଜ ମୁହଁକୁ ଢାଙ୍କି ନେଉଛି । ଆଉ ତା ପରେ ଦୁହେଁ ଛୁ ମନ୍ତର୍ ହୋଇଯାଉଛନ୍ତି ନାମୀ ଦାମୀ ମଟର ସାଇକେଲରେ । ସହରର କିଛି ପାଠୁଆ ପୁଅ ଝିଅଙ୍କ ପାଇଁ ଏବେ ଇଏ ପାଲଟିଛି ଏକ ନୁଆ ଟ୍ରେଣ୍ଡ୍ । ନୂଆ ନୂଆ ଗାଡ଼ିରେ ନୂଆ ନୂଆ ଷ୍ଟାଇଲ୍ ରେ କିଏ ନିଜ ପ୍ରେମିକାକୁ ବୁଲାଇ ପାରିବ ସେହି ପ୍ରତିଦ୍ୱନ୍ଦିତା ଏବେ ଆରମ୍ଭ ହୋଇଯାଇଛି ପ୍ରେମିକଙ୍କ ମହଲରେ ।
କଲେଜ ପଢୁଆ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ଚୁଲବୁଲିଆ ରଙ୍ଗିନ୍ ପ୍ରଜାପତି ପରି ଘୁରି ବୁଲିବାର ଦୃଶ୍ୟ । ଏଣୁ ପିଲାଟିଏ ପାଠ ପଢିବା ପାଇଁ କଲେଜ ହତାରେ ପାଦ ଥାପିବା ମାତ୍ରେ ବାପା ମାଆଙ୍କ ଚିନ୍ତା ବଢି ଯାଉଛି । ମଟର ସାଇକେଲଟିଏ ପାଇଁ ପୁଅ ଅଡ଼ି ବସିବନି ତ? ଏହି ଟେନସନ୍ ରେ ଘାଇଲା ହୋଇଯାଉଛନ୍ତି କିଛି ବାପା ମାଆ । ଧନୀକ ପରିବାର ପାଇଁ ପୁଅକୁ ମଟର ସାଇକେଲଟିଏ ଭେଟି ଦେବା ହୁଏତ କଷ୍ଟକର ବ୍ୟାପାର ନୁହଁ । ହେଲେ ଗରିବ ଓ ମଧ୍ୟବିତ ପରିବାରଙ୍କ କଥା ବାଳୁତ ପୁଅଟିଏ ବୁଝିବ ଅବା କୁଆଡ଼ୁ । ଝିଅ ପୁଅଙ୍କୁ କିଛି ବାପା ମାଆଙ୍କ ଖୁଲମ ଖୁଲା ସ୍ୱାଧୀନତା ଅନେକ ସମୟରେ ବିଗିଡ଼ାଇ ଦେଇଥାଏ । ପାଠ ପଢିବା ପାଇଁ କଲେଜ ଯାଉଛନ୍ତି ନା ମଟର ସାଇକେଲରେ ବସି ରଙ୍ଗୀନ ହେଉଛନ୍ତି ତାହାର ହିସାବ ଅନେକ ବାପା ମାଆଙ୍କ ନିକଟରେ ନଥାଏ । ଏଣୁ ସାବଧାନ, ସିସି କ୍ୟାମେରା ପରି ନିଜ ପୁଅ ଝିଅର ଗତିବିଧି ଉପରେ ନଜର ରଖନ୍ତୁ । ନଚେତ୍ ଆଗକୁ ଅଡ଼ୁଆ ସୂତା ଖିଅରେ ବାନ୍ଧି ହୋଇଯାଇ ପାରନ୍ତି ।

LEAVE A REPLY

Please enter your comment!
Please enter your name here