ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0
396

ହିଞ୍ଜିଳିକାଟୁ(ଓବି ନ୍ୟୁଜ) (ପବିତ୍ର ପାତ୍ର):ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଦୀର୍ଘ କିଛି ମାସ ଖାଲି ଥିବା ବେଳେ କୁକୁଡ଼ାଖଣ୍ଡି ବିଇଓ ଏସ. ଗିରିଧାରୀଙ୍କୁ ହିଂଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ପଣ୍ଡା ଦାୟିତ୍ଵ ଗ୍ରହଣ କରିଛନ୍ତି।
ବ୍ଳକରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରିବା ସହ ବେସରକାରୀ ସ୍କୁଲ ମାନଙ୍କ ତୁଳନା ରେ ସରକାରୀ ସ୍କୁଲ୍ ରେ କିପରି ଅଧିକ ଛାତ୍ରଛାତ୍ରୀ ସାମିଲ ହେବେ ଓ ସମସ୍ତ ସ୍କୁଲ୍ ମାନଙ୍କ ରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଚେଷ୍ଟା କରିବା ସହ ଛାତ୍ର,ଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହଯୋଗ ରେ ଅଗ୍ରସର ହେବେ ବୋଲି କହିଛନ୍ତି । ପ୍ରକାଶ ଥାଉକି, ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ତତ୍କାଳୀନ ଗୋଷ୍ଠୀ ଶିକ୍ଷାଧିକାରୀ ଉମାଚରଣ ତ୍ରିପାଠି ଅବସର ଗ୍ରହଣ କରିବା ପରେ କୁକୁଡ଼ାଖଣ୍ଡି ବିଇଓଙ୍କୁ ହିଂଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here