ଟ୍ରିଟ୍‌ମେଣ୍ଟ ବଦଳରେ ଟିକ୍‌ଟକ୍ : ଚିକିତ୍ସାଧୀନ ଶିଶୁକୁ ବେଡରୁ ଉଠାଇ ଟିକ୍‌ଟକ୍ ଭିଡିଓ କଲେ ନର୍ସ, ଭିଡିଓ ଭାଇରାଲ ଟ୍ରିଟମେଣ୍ଟ ବଦଳରେ ଟିକ୍ ଟକ୍ ।

    0
    43

    ମାଲକାନଗିରି (ଓବି ନ୍ୟୁଜ୍) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସଙ୍କ ଟିକଟକ ମସ୍ତିର ଭିଜୁଆଲ ଭାଇରାଲ ହୋଇଛି । ଚିକିତ୍ସାଧୀନ ପିଲାଙ୍କୁ ବେଡରୁ ଉଠାଇ ନର୍ସମାନେ ଭିଡିଓ ସୁଟିଂ କରିଛନ୍ତି  । ନବଜାତ ଶିଶୁମାନେ ଜୀବନମରଣ ସହ ସଂଗ୍ରାମ କରୁଥିବାବେଳେ ନର୍ସଙ୍କ ମସ୍ତି ସମସ୍ତଙ୍କୁ ତାଜୁବ କରିଛି ।ଭିଜୁଆଲରେ ଦେଖାଯାଉଥିବା ୩ ଜଣ ନର୍ସ ହେଲେ ନନ୍ଦିନି ରାୟ, ରୁବି ରାୟ ଓ ତାପସୀ ବିଶ୍ବାସ । ଟିକଟକ ଭିଡିଓ ଭାଇରାଲ ହେବା ପରେ ଏବେ ସବୁଠି ସେଇ ଚର୍ଚ୍ଚା ଚାଲିଥିବାବେଳେ ଆକ୍ସନ ମୋଡକୁ ଆସିଛନ୍ତି ମାଲକାନଗିରି ସିଡିଏମଓ । ସଂପୃକ୍ତ  ୩ ଜଣ ନର୍ସଙ୍କୁ ଡାକି  ପଚରା ଉଚୁରା କରାଯାଇଛି ।  ଅନୁସନ୍ଧାନ କରାଯାଇ କାର‌୍ୟ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ମାଲକାନଗିରି ସିଡିଏମଓ ।

    LEAVE A REPLY

    Please enter your comment!
    Please enter your name here