ଚୌଦ୍ୱାର ଗୋଡିପାଟଣା ସାଇ କ୍ରିକେଟ ଧମାକା : ଧେଉଳେଇ ଚାମ୍ପିୟନ

0
53

ଚୌଦ୍ୱାର (ଓବି ନ୍ୟୁଜ)(ଏମ.ନବୀନ): ଚୌଦ୍ୱାର ପୌରପାଳିକାର ଗୋଡିପାଟଣାରେ ଥିବା ଟିପିଏମ୍ ପଡିଆରେ ଚାଲିଥିବା ସାଇ କ୍ରିକେଟ ଧମାକା ଟୁର୍ଣ୍ଣାମେଣ୍ଟ କୁ ଗୋଡିପାଟଣାର ଧେଉଳେଇ କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ କଟକ ଭାଣପୁର ଦଳକୁ ୮ ୱିକେଟରେ ପରାସ୍ତ କରିଛି । ଟଚ୍ ଜିଣି ଭାଣପୁର ଦଳ ନିର୍ଦ୍ଧାରିତ ୭ଓଭରରେ ୬ୱିକେଟ ବିନିୟମରେ ୫୪ରନ ସଂଗ୍ରହ କରିଥିଲା । ୫୫ରନ ବିଜୟ ଲକ୍ଷର ପିଛା ଆରମ୍ଭ କରି ଧେଉଳେଇ କିଷନ ମହାନ୍ତିଙ୍କ ବିଷ୍ପୋରକ ୪୨(୧୭) ରନ ବଳରେ ୬.୨ ଓଭରରେ ଆବଶ୍ୟକୀୟ ରନ ସଂଗ୍ରହ କରି ଚଳିତ ବର୍ଷର ବିଜେତା ହୋଇଥିଲେ । ଫାଇନାଲ ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବିଷ୍ଣୁ ଚରଣ ପରିଡା, ପୂବତନ ନଗରପାଳ ଅଜୟ ବେହେରା, ଅର୍ଜୁନ ପଣ୍ଡା ଓ ପ୍ରଭାତ ଜେନା ଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଟଙ୍କା ପୁରସ୍କାର ଦେଇଥିଲେ । ଦେଉଳେଇର କିଷନ ମହାନ୍ତି ମ୍ୟାଚର ଶ୍ରେଷ୍ଠ ଖୋଳଳୀ ଓ ଭାଣପୁରର ରଂଜିତ ନାୟକ ଟୁର୍ଣ୍ଣାମେ ର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ଆଜି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ଭାଣପୁର ଦଳ ଚୌଦ୍ୱାରର ଗୋଲଡେନ ଷ୍ଟାରକୁ ଏକ ପ୍ରଥମ ସେମିଫାଇନାଲ ଧେଉଳେଇ ଦାଳ ଆୟୋଜକ ସାଇ କ୍ରିକେଟ କ୍ଲବକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ମ୍ୟାଚ ଗୁଡିକୁ ବୁବୁନା ବେହେରା, ତପନ ବେହେରା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here