ନାଳଗଣ୍ଡରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

    0
    50

    ଦିଗପହଣ୍ଡି ,(ଓବି ନ୍ୟୁଜ୍); ବୁଧବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଦିଗପହଣ୍ଡି ଠାରୁ ଏକ କିମି ଦୂରରେ ଥିବା ନବରଙ୍ଗପୁର ପାଖଦେଇ ଯାଇଥିବା ନାଳଗଣ୍ଡରୁ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଏସ୍ . ଗୋପାଳପୁର ଗ୍ରାମର ରଘୁ ଗୌଡ ବୋଲି ଜଣାପଡିଛି । ସୂଚନା ଅନୁସାରେ , ମୃତ ରଘୁ ଶନିବାର ଠାରୁ ଘରୁ ବାହାରି ଯାଇଥିବା ପରିବାର ଲୋକେ କହୁଥିବା ଜଣାପଡିଛି । ସେହି ଦିନ ଠାରୁ ରଘୁ ଆଉ ଘରକୁ ଫେରିନଥିଲେ । ଗତକାଲି କିଛି ଲୋକ ରଘୁ ଉକ୍ତ ନାଳଗଣ୍ଡ ପାଖରେ ବସିଥିବା ସୂଚନା ଦେଇଛନ୍ତି । ଶନିବାର ଠାରୁ ରଘୁ ଘରକୁ ନ ଫେରିବା ଦେଖି ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ପାଇନଥିଲେ । ବୁଧବାର ସକାଳେ ଉକ୍ତ ନାଳଦେଇ ଯାଉଥିବା ସମୟରେ କିଛି ଲୋକ ନାଳଗଣ୍ଡରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖି ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଓ ଦିଗପହଣ୍ଡି ଦମକଳବାହିନୀ ଘଟଣାସ୍ଥଳରେ ନିୟୋଜିତ ରହି ମୃତ ରଘୁଙ୍କ ମୃତଦେହକୁ ଗଣ୍ଡ ଭିତରଙ ଉଦ୍ଧାର କରିଥିଲେ । ଏନେଇ ଦିଗପହଣ୍ଡି ପୋଲିସ ମୃତ ରଘୁଙ୍କ ଶବକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏନେଇ ଦିଗପହଣ୍ଡି ଥାନା ଅପମୃତ୍ୟୁ ମାମଲା କେସ ନଂ – ୦୪/୧୯ ଅନୁଯାୟୀ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

    LEAVE A REPLY

    Please enter your comment!
    Please enter your name here