ମା ରାମାୟାଣାମ୍ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠାର ପଂଚମ ବାର୍ଷିକ ମହୋତ୍ସବ ପାଳିତ

0
108

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : ଛତ୍ରପୁର ସହରରେ ଥିବା ମା ରାମାୟାଣାମ୍ମା ଠାକୁରାଣି ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏନ୍‌.ଧନଞ୍ଜୟ ଆଚାରିଲୁ ବୃନ୍ଦଙ୍କ ପୌରହିତ୍ୟରେ ଆଜି ସକାଳୁ ସକାଳୁ ଗଣେଷ ପୂଜା, ଅଭିଷେକ,କୁଙ୍କୁମ ପୂଜା,ହୋମ ଯଜ୍ଞ, ଶିବପାର୍ବତି କଲ୍ୟାଣ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ଭି.ତ୍ରିନାଥଙ୍କ ପରିଚାଳନାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ସି.ଏଚ୍ ପୁର୍ଣ୍ଣ କୁମାର,କୋଷାଧ୍ୟକ୍ଷ ଭି.ଶ୍ରିନିବାସ ରାଓ,ସମରେନ୍ଦ୍ର ସେନାପତି,ଡାଲେୟା ରେଡ୍ଡି,ଏସ୍‌.ୱାର୍ଦ୍ଧା ରାଓ,ବୁଲୁ,ଏ.ଭି. ଏମ ସ୍ୱାମି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । । ଶ୍ରିକାକୁଲମ୍ ର ମାଲେଶ୍ୱର ରାଓ ବୃନ୍ଦଙ୍କ ବାଦ୍ୟ ରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।

LEAVE A REPLY

Please enter your comment!
Please enter your name here