ଜି.ଏସ.ଟି ସରଳୀକରଣ ଏବଂ ଦର ବୃଦ୍ଧିକୁ ନେଇ ଟିକାବାଲି ବ୍ୟବସାୟୀ ସଂଘର ବନ୍ଦ ଡାକରା ସଫଳ

0
21

ଟିକାବାଲି(ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ): ଜି.ଏସ.ଟି ସରଳୀକରଣ ଏବଂ ଦରଦାମ ବୃଦ୍ଧିର ପ୍ରତିବାଦ କରି ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଟିକାବାଲିରେ ମଧ୍ୟ ଦେଖିବାକୁ ମିଳିଛି। ଟିକାବାଲି ବ୍ୟବସାୟୀ ସଂଘ ସଭାପତି ସୁନିଲ କୁମାର ଭୋଇ(କିଟୁ)ଙ୍କ ନେତୃତ୍ବରେ ଶତାଧିକ ବ୍ୟବସାୟୀ ସଂଘର ସଦସ୍ୟ ସହରରେ ପିକେଟିଙ୍ଗ କରିବା ସହ ଷ୍ଟେଟ ବ୍ୟାଙ୍କ,ଉତ୍କଳ ଗ୍ରାମୀଣ ବ୍ୟାଙ୍କ,ବୌଦ୍ଧ ବ୍ୟାଙ୍କ ଆଦି ବନ୍ଦ କରିଥିଲେ। ଶେଷରେ ସଭାପତି ଶ୍ରୀ ଭୋଇଙ୍କ ସହ ସମସ୍ତ ସଦସ୍ୟ ତହସିଲ କାର୍ଯ୍ୟାଳୟ ଯାଇ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ମୋହନ ମଲିକଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।ଶେଷରେ ବ୍ୟବସାୟୀ ସଂଘର ମାସିକ ସାଧାରଣ ବୈଠକ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ କରିଥିଲେ।

LEAVE A REPLY

Please enter your comment!
Please enter your name here