ମୋହନା ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

0
59

ମୋହନା (ଓବି ନ୍ୟୁଜ)(ପି.ସଞ୍ଜୀବ ରାଓ): ଗଜପତି ଜ଼ିଲ୍ଲା ର ସର୍ବବୃହତ୍ତମ ମୋହନା ବ୍ଲକ ର ସଦରମହକୁମା ମୋହନା ସହର, ବ୍ଲକ ର 39 ଟି ପଞ୍ଚାୟତ ର ଜନସାଧାରଣ ଏହି ମୋହନା ସହର ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ଦୈନନ୍ଦିନ ନିର୍ଭରଶୀଳ କିନ୍ତୁ ପରିତାପର ବିଷୟ ଦୀପ ତଳ ଅନ୍ଧାର ଭଳି ମୋହନା ସହର ର ବର୍ତ୍ତମାନ ର ଅବସ୍ଥା, ସହର ର ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ମୁଖ୍ୟ ବଜାର ଠାରୁ ଜଗନ୍ନାଥ ମନ୍ଦିର, ମାଣିକେଶ୍ବରୀ ମନ୍ଦିର ରାସ୍ତା ଏବଂ ପାତ୍ର ସାହି ରେ ନାଳ ପାଣି ରାସ୍ତାରେ ବହୁଛି, ଅନ୍ୟପଟେ ପରିବେଶ ପରିମଳ ପ୍ରତି ସଚେତନତା କରାଯାଉଥିଲେ ମଧ୍ୟ୍ୟ ଲୋକେ ରାସ୍ତା କଡରେ ଏବଂ ନାଳ ମଧ୍ୟରେ ବର୍ଯ୍ୟବସ୍ତୁ ପକାଉଛନ୍ତି ଫଳରେ ଫଳରେ ନାଳପାଣି ସହ ବର୍ଯ୍ୟବସ୍ତୁ ମିଶି ଏକ ପୋତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l

ରାସ୍ତା ଗୁଡିକ ପୋତି ହୋଇ କୃତ୍ରିମ ଖାଲଖମା ସୃଷ୍ଟି ହୋଇଯାଇଥିବା ଯୋଗୁଁ ଲୋକେ ଉକ୍ତ ରାସ୍ତାରେ ଯା ଆସ କଲାବେଳେ ଅନେକ ସମୟରେ ଦୁର୍ଘଟଣା ର ଶିକାର ମଧ୍ୟ୍ୟ ହେଉଛନ୍ତି l ବାରମ୍ବାର ଉକ୍ତ ରାସ୍ତା ଏବଂ ନାଳ ଗୁଡିକର ପୁନଃ ନିର୍ମାଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ ମଧ୍ୟ୍ୟ ପ୍ରଶାସନିକ କିମ୍ବା ପ୍ରତିନିଧି ସ୍ତରରେ ଏଥିପ୍ରତି ଦୃଷ୍ଟି ମଧ୍ୟ୍ୟ ଦିଆଯାଉନାହିଁ l ଅତିଶୀଘ୍ର ସମସ୍ୟା ପ୍ରତି ଦୃଷ୍ଟି ଦେଇ ନାଳ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l ଏନେଇ ମୋହନା ବିଡ଼ିଓ ବଂଶୀଧର ଖୋସ୍ଲା ଙ୍କ ସହ ଯୋଗାଯୋଗ କରିବାରୁ ଗ୍ରାମ୍ୟ ପରିମଳ ବିଭାଗ ସହ ଆଲୋଚନା କରି ନାଳ ଏବଂ ରାସ୍ତା ଗୁଡିକ ସଫେଇ କରାଯିବା ସହ ରାସ୍ତା ଏବଂ ନାଳ ଗୁଡିକ ର ପୁନଃନିର୍ମାଣ କାର୍ଯ୍ୟ ବ୍ଲକ ତରଫରୁ ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି l

LEAVE A REPLY

Please enter your comment!
Please enter your name here