ବେଗୁନିଆପଡା (ଓବି ନ୍ୟୁଜ୍) ବ୍ରହ୍ମପୁର ସମବାୟ ବ୍ୟାଙ୍କ ଅଧୀନସ୍ଥ ବେଗୁନିଆପଡା ବ୍ଲକର ଷଣ୍ଢମୂଳ ସେବା ସମବାୟ ସମିତିରେ ବୁଧବାର ଦିନ ଋଣମେଳା ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ୟ୍ୟକ୍ରମରେ ବଗ୍ଦଗ୍ଦସଗ୍ଦଗ୍ଧବଦ୍ଭଗ୍ଧ କ୍ସରଶସଗ୍ଦଗ୍ଧରକ୍ସ କ୍ଟଲ ମକ୍ଟ-କ୍ଟକ୍ଟ୍ରବକ୍ସବଗ୍ଧସଙ୍ଖର ଗ୍ଦକ୍ଟମସରଗ୍ଧଚ୍ଚ ଆର. ଚନ୍ଦ୍ର ଶେଖର ରେଡ୍ଡୀ, ଗ୍ଦଙ୍କଭ ବଗ୍ଦଗ୍ଦସଗ୍ଦଗ୍ଧବଦ୍ଭଗ୍ଧ କ୍ସରଶସଗ୍ଦଗ୍ଧରକ୍ସ କ୍ଟଲ ମକ୍ଟ-କ୍ଟକ୍ଟ୍ରରକ୍ସବଗ୍ଧସଙ୍ଖର ଗ୍ଦକ୍ଟମସରଗ୍ଧଚ୍ଚ ସୁକାନ୍ତ କୁମାର ପାଢ଼ୀ ଯୋଗଦେଇ ଋଣର ପଦ୍ଧତି, ଉପଯୋଗ ଏବଂ ସଠିକ ସମୟରେ ପରିଶୋଧ କଲେ ମିଳୁଥିବା ସରକାରୀ ସୁବିଧା ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଏଥି କାର୍ୟ୍ୟକ୍ରମରେ ଷଣ୍ଢମୂଳ ସେବା ସମବାୟ ସମିତିରେ ତିନି ଗୋଟି ମିଳିତ ଦେୟ ଗୋଷ୍ଠୀକୁ ୩.୫ ଲକ୍ଷ ଏବଂ ଦଶ ଜଣ ଚାଷୀଙ୍କୁ ୨.୯୦ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା ସେହିଭଳି ଅଙ୍ଗାରଗାଁ ସେବା ସମବାୟ ସମିତିର ଦୁଇଟି ମିଳିତ ଦେୟ ଗୋଷ୍ଠୀକୁ ୧.୨୦ ଲକ୍ଷ ଓ ୧୬ ଜଣ ଚାଷୀଙ୍କୁ ୨.୫୦ ଲକ୍ଷ, ଏସ. ଛଛିନା ସେବା ସମବାୟ ସମିତିରେ ଦୁଇ ଗୋଟି ମିଳିତ ଦେୟ ଗୋଷ୍ଠୀକୁ ୧.୯୫ ଲକ୍ଷ, ବେଗୁନିଆପଡା ସେବା ସମବାୟ ସମିତିରେ ଦୁଇ ଗୋଟି ମିଳିତ ଦେୟ ଗୋଷ୍ଠୀକୁ ୧.୮୦ ଲକ୍ଷ ଓ ୭ ଜଣ ଚାଷୀଙ୍କୁ ୧.୮୦ ଲକ୍ଷ, ମର୍ଦ୍ଦକୋଟ ସେବା ସମବାୟ ସମିତିରେ ୧୦ ଜଣ ଚାଷୀଙ୍କୁ ୨ ଲକ୍ଷ, ଚିଙ୍ଗୁଡ଼ିଖୋଲ ସେବା ସମବାୟ ସମିତିରେ ଦୁଇ ଗୋଟି ମିଳିତ ଦେୟ ଗୋଷ୍ଠୀକୁ ୩.୨୦ ଲକ୍ଷ ଓ ୯ ଜଣ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ଉକ୍ତ କାର୍ୟ୍ୟକ୍ରମରେ ଷଣ୍ଢମୂଳ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ବୁଲା ଡାକୁଆ, ଅଙ୍ଗାରଗାଁ ସଭାପତି ଯୋଗୀ ରାମ ଭୂୟାଁ, ସମ୍ପାଦକ ବସନ୍ତ କୁମାର ଭୂୟାଁ, ବେଗୁନିଆପଡା ବ୍ୟାଙ୍କ ସୁପରଭାଇଜର ନବୀନ ପଟ୍ଟନାୟକ, ଏସ. ଛଛିନା ସମ୍ପାଦକ ନୀଳାଞ୍ଚଳ ନାୟକ, ପୁରୁଷ, ମହିଳା ଚାଷୀ ଓ ଦେୟ ଗୋଷ୍ଠୀ ସଦସ୍ୟ ଉପସ୍ଥିତ ଥିଲେ