ଦଣ୍ଡ ପରମ୍ପରା, ସଂସ୍କୃତି ଓ ରଙ୍ଗମଂଚର ପୁନରୁଦ୍ଧାର ଦାବି ନେଇ ବନ୍ଧୁ ମିଳନ

    0
    45

    ବ୍ରହ୍ମପୁର(ଓବି ନ୍ୟୁଜ): ଦଣ୍ଡ ପରମ୍ପରା, ସଂସ୍କୃତି ଓ ରଙ୍ଗ ମଂଚର ପୁନରୁଦ୍ଧାର ଦାବି ନେଇ ଓଡ଼ିଶା ଚିତ୍ରାଳୟ ମାଳିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ, ଦକ୍ଷିଣ ଓଡ଼ିଶା କଳାକାର ମହାସଂଗ, ମା’ କୁରେଇଶୁଣୀ ଲୋକକଳା ନିର୍ଦ୍ଦେଶକ ସଂଘ, ଗଞ୍ଜାମ ଜିଲ୍ଲା ଶଦ୍ଦାଲୋକ ଓ ଚିତ୍ରାଳୟ କାରିଗର ସଂଘ, ଗଞ୍ଜାମ ଜିଲ୍ଳା ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଆସୋସିଏସନ୍‌, ପଲ୍ଲବୀ ନାଟ୍ୟ ସଂସ୍ଥା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ, ମଂଚଜ୍ୟୋତି ପ୍ରମୁଖ ବହୁ ସାଂସ୍କୃତିକ ସଂଗଠନ ଅଂଶଗ୍ରହଣ କରିଥିଲେ । ଚିତ୍ରାଳୟ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଣ୍ଡନାଟ ମହାସଂଘ ସଭାପତି ଶିବରାମ ପ୍ରଧାନ, ନାଟ୍ୟ ଗୁରୁ ଜି. ରାଜେନ୍ଦ୍ର ରେଡ୍ଡି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ସାହୁ ରୋଶନ୍‌, ଧ୍ରୁବ କୁମାର ପ୍ରଧାନ, ଶିବରାମ ପ୍ରଧାନ ପ୍ରମୁଖ ମଂଚାସୀନ ରହି ଆମ ପରମ୍ପରା ଓ ସଂସ୍କୃତି ଆମର ସ୍ୱାଭାବିକ ହେତୁ ସେଥିରେ ସାମାନ୍ୟତମ ଅବହେଳାରୁ ବରଦାସ୍ତ କରାଯାଇ ପାରିବ ନାହିଁ । ପୁନଶ୍ଚ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ସହ ପ୍ରଶାସନ ମୁକ୍ତ ମଂଚ ନାଟକ ପରିବେଷଣ ନେଇ ଯାଥାଶ୍ରୀ ସ୍ୱୀକୃତି ପ୍ରଦାନ କରିବା ଉଚିତ । ନତୁବା ପରମ୍ପରା, କଳା, ସଂସ୍କୃତି କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିବିଶେଷ ଆମରଣ ଅନଶନ କରିବା ନେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ, କୁନି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋଜ ବରଡ଼ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅନୁଷ୍ଠାନର ର୍କମକର୍ତା ଉପସ୍ଥିତ ଥିଲେ ।

    LEAVE A REPLY

    Please enter your comment!
    Please enter your name here