ଛତ୍ରପୁର ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

    0
    89

    ଛତ୍ରପୁର (ଓବି ନ୍ୟୁଜ) (ପି.କେ. ମହାରଣା) ;ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଓଡିଶା –ମୋ ପରିବାର ଜୀବନବିନ୍ଦୁ ସହଯୋଗରେ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ଓଡିଶା- ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ମହାରଣା, ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଜଗନ୍ନାଥ ସାବତ, ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ବିଜୁ ଶ୍ରମିକ ସାମ୍ମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ପୂର୍ବତନ ସାଂସଦ ପ୍ରତିିନିଧୀ ଜି.ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ, କିଶୋର ଚନ୍ଦ୍ର ସେନାପତି ଓ ବି.ରାଜୁ ବାବୁ, ଯୁବନେତା ଅହିଭୂଷଣ ସାହୁ, ଆଇନଜିବୀ ଏଲ.ଗୋପାଳ ରାଓ, ଅଟ୍ଟଳ ବିହରୀ ପଟ୍ଟନାୟକ, ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ,ପୀତାମ୍ବର ପଣ୍ଡା, ମତ୍ସ୍ୟଜିବୀ ନେତା ବି.ସିମାଦ୍ରୀ, ପୂର୍ବତନବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳିପ୍ରସାଦ ଦାଶ, ଡମିନାଥ ସାହୁ, ସୁରେଶ ପଣ୍ଡା, ମନୋଜ କୁମାର ପାଢିଙ୍କ ବହୁ ଦଳୀୟ ସରପଞ୍ଚ , ସମିତି ସଭ୍ୟ ଓ ଆଗଧାଡିରବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଦୁଇଶହ ଜଣ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ରଶ୍ମିତା ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି, ଚିନ୍ମୟ ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ, ରାମହରି ପଣ୍ଡା, କ୍ରିଷ୍ଣାରେଡ୍ଡୀ ଓ ଡମ୍ବୁରୁ କାର୍କୀଙ୍କ ସମେତ ବହୁ କର୍ମଚାରି ମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

    LEAVE A REPLY

    Please enter your comment!
    Please enter your name here