ବେଗୁନିଆପଡ଼ା (ଓବି ନ୍ୟୁଜ୍) ମଙ୍ଗଳବାର ଦିନ ଜୀଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭି. ଅଭିଜିତ ଙ୍କ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଥିଲେ ବର୍ଷା ଦିନ ନିକଟ ହେଉଥିବା ଯୋଗୁଁ ପିଲାଟିଏ ଗଛଟିଏ କାର୍ୟ୍ୟକ୍ରମ ସହିତ ଚାରାରୋପଣ ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏଥି ସହ ସ୍ଵଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ୟ୍ୟକ୍ରମ ଓ ଆମ ଗାଁ ଆମ ବିକାଶ କାର୍ୟ୍ୟର ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏଥି ସହିତ ମହାତ୍ମା ଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ବ୍ୟକ୍ତିଗତ ଗୃହ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଥିଲେ ଏଥିରେ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ବି. ଡି. ଓ ଅରୁଣ କୁମାର ମଲିକ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା,ଏ. ପି. ଓ ପ୍ରକାଶ ଚନ୍ଦ୍ର ସାହୁ, ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ବ୍ୟାକ୍ଓ ଫୁଡ ଇଞ୍ଜିନିୟର, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ