କୋଭିଡ କେୟାର ହୋମକୁ ପଞ୍ଚାୟତ ସ୍ୱାସ୍ଥ୍ୟ କେୟାର ହୋମରେ ରୂପାନ୍ତରିତ କରାଯାଇ ୭ ହଜାର କରୋନା ଯୋଦ୍ଧାଙ୍କୁ ସ୍ଥାୟୀ-ନିଯୁକ୍ତି ପ୍ରଦାନ କରାଯିବା ପାଇଁ କୋଭିଡ ୱାରିଅର୍ସ ଫୋରମର ଦାବୀ

0
888

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ଗତ ୨୦୨୦ ମସିହାର ବର୍ଷ ପ୍ରାରମ୍ଭରୁ ଓଡ଼ିଶାରେ କରୋନା ମାହାମାରି ତାର କାୟା ବିସ୍ତାର କରିବା ପ୍ରାୟ ଆରମ୍ଭ କରି ଦେଇଥିଲା । ଏହାକୁ ନେଇ ଓଡିଶା ସରକାର ଅତ୍ୟନ୍ତ ଚିନ୍ତିତ ହୋଇ ପଡିଥିଲେ ଏବଂ ଏହାର ଦୃଢ଼ ମୁକାବିଲା କରିବା ପାଇ ପଞ୍ଚାୟତ ସ୍ତରରେ   ବିଭିନ୍ନ ସ୍ଥାନରେ କରୋନାକୁ ପ୍ରତିହିତ କରିବା ପାଇଁ   କୋଭିଡ କେୟାର ହୋମ ମାନ ଖୋଲି ସେଥିରେ ବିଭିନ୍ନ  ବେସରକାରୀ ସ୍ତରରେ ତାଲିମପ୍ରାପ୍ତ ଓ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିଯୁକ୍ତି ଦିଆଗଲା ।  ବିଚାରା ସ୍ବାସ୍ଥ୍ୟକର୍ମୀ ମାନେ ସରକାରଙ୍କ କଥାକୁଆ ଲୋଭରେ ପଡି ଯିଏ ଯେଉଁଠି କାର୍ଯ୍ୟରତ ଥିଲେ ବା ଦରଖାସ୍ତ କରିଥିଲେ , ସମସ୍ତେ ତାହା ଛାଡି ସରକାରଙ୍କ କୋଭିଡ କେୟାର ସେଣ୍ଟର ଓ କୋଭିଡ ସେଣ୍ଟରରେ କାର୍ଯ୍ୟ କରିଲେ ଆଗଧାଡ଼ିର କରୋନା ଯୋଦ୍ଧା ହୋଇ । ଦିନ ନାହିଁ- ରାତି ନାହିଁ ଅହରହ ସମସ୍ତଙ୍କୁ ସେବା ଯୋଗାଇ ବାରେ କୋଣସି ଅବହେଳା କରି ନ ଥିଲେ । ଏମିତି କି ସେହି  ସମୟରେ ସେମାନେ ଘର ଓ ପରିବାର କଥା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାସୋରି ଯାଇଥିଲେ କହିଲେ ଚଳେ । 
  ହେଲେ ଓଡ଼ିଶାରେ ସରକାର ଏମାନଙ୍କୁ ନେଇ କରୋନା ମାହାମାରିର ଦୃଢ଼ ମୁକାବିଲା କରି ତାକୁ ହରାଇ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ସଂଖ୍ୟା ହ୍ରାସ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇଥିଲେ । କାମ ସରିବା ପରେ ସେହି କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସରକାର ଛଟେଇ କରିବାର ଆରମ୍ଭ କରି ସମସ୍ତଙ୍କୁ ବାହାର କରିଦେଲେ । ବର୍ତ୍ତମାନ ସେମାନେ କେଉଁଆଡ଼େ ଯାଇ ନ ପାରି ନିରୁପାୟ ଅବସ୍ଥାରେ ରହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ , ଗ୍ରାମାଞ୍ଚଳର ଗରିବ ଲୋକମାନେ ନିଜ ପଞ୍ଚାୟତରେ କୋଣସି ସ୍ବାସ୍ଥ୍ୟସେବା ପାଇ ପାରୁନାହାନ୍ତି ,  ଯାହାକି  ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ , ପ୍ରତ୍ୟେକ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ କେୟାର ହୋମର ଆବଶ୍ୟକତା ରହିଛି ।
   ପ୍ରକାଶ ଯୋଗ୍ୟ ଯେ  ସମଗ୍ର ରାଜ୍ୟର କୋଭିଡ କେୟାର ହୋମ ମାନଙ୍କରେ କାମ କରୁଥିବା କରୋନା ଯୋଦ୍ଧା ମାନେ  ଫୋରମର ରାଜ୍ୟସଭାପତି ତଥା ଜନନେତା ଇଂ ହୋତାଙ୍କ ନେତୃତ୍ୱ ପ୍ରତି ଆସ୍ଥାରଖି ଏବଂ ଏକଜୁଟ ହୋଇ ନିଜ ନିଜର ଜିଲ୍ଲାଞ୍ଚଳ’ର ଜିଲ୍ଲାପାଳ ମାନଙ୍କୁ ଭେଟି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଉଡ2ଶ୍ୟାରେ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ ମଧ୍ୟ ସରକାର ଏଥିପ୍ରତି କୋଣସି ପ୍ରକାର ପଦକ୍ଷେପ ନ ନେଇ  ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରି ସମ୍ପୂର୍ଣ୍ଣ ଉଦାସୀନ ହୋଇ ପଡିଥିବା  ଯୋଗୁଁ , ବାଧ୍ୟହୋଇ ଫୋରମ ପକ୍ଷରୁ  ସଭାପତି  ଇଂ-ହୋତା , ଏନଏଚଆରସି:- ନୂଆଦିଲ୍ଲୀଙ୍କ ଠାରେ ଏହା ବିରୁଦ୍ଧରେ କେଶ ଦାଏର କରିଥିଲେ
ଏହି ପରିପ୍ରେକ୍ଷୀରେ  “କୋଭିଡ ୱାରୀଅର୍ସ ଫୋରମ” ପକ୍ଷରୁ ଦୃଢ଼ ଦାବି କରା ଯାଇଛି ଯେ ,  କରୋନା ମାହାମାରିକୁ ମୁକାବିଲା କରିବା ପାଇଁ  ପଞ୍ଚାୟତ ସ୍ତରରେ ଯେତେ ସବୁ କୋଭିଡ କେୟାର ହୋମ ସବୁ ରହିଥିଲା , ସେ ସବୁକୁ ସରକାର ତୁରନ୍ତ  ପଞ୍ଚାୟତ ହେଲଥ କେୟାର ହୋମ ଭାବ’ରେ ରୂପାନ୍ତରିତ କରି ସେଥି ମାନଙ୍କରେ ନିୟୋଜିତ ହୋଇ କରୋନା ସଂକ୍ରମଣ ସମୟରେ ଉଚିତ ସେବା ଯୋଗାଇ ଥିବା କାର୍ଯ୍ୟରତ ୭ ହଜାରରୁ ଅଧିକ କରୋନା ଯୋଦ୍ଧାମାନଙ୍କୁ ଛଟେଇ ନ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । ଏହି ଦାବି ଉପରେ  ଜାତୀୟ ମାନବିକ ଅଧିକାର କମିଶନ ମଧ୍ୟ ମୁଖ୍ୟ-ଶାସନ ସଚିବଙ୍କୁ ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରିପୋର୍ଟ ତଲବ କରିଥିବା ଫୋରମ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।
  ଅନ୍ୟପକ୍ଷରେ , କୋଭିଡ ୱାରିଅର୍ସ ଫୋରମର  ରାଜ୍ୟ ସଭାପତି ଜନନେତା ଇଂ ଦେବାଶିଷ ହୋତାଙ୍କଏ ସମ୍ବନ୍ଧୀୟ ଏକ କେଶ’କୁ ତର୍ଜମା କରି  ମାନ୍ୟବର କମିଶନ ପକ୍ଷରୁ କୁହାଯାଇଛି ଯେ , ଏହି ୭ ହଜାର କରୋନା ଯୋଦ୍ଧା , ଯେଉଁମାନେ କି ସେଥିମଧ୍ୟରୁ ଅଧିକାଂଶ ମହିଳା ଏଏନଏମ: ଥିଲେ ଏବଂ ସେମାନେ ଠିକା କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ମାନବ ସେବାକୁ ପ୍ରାଧାନ୍ୟ ଦେଇ ନିଜର ସୁରକ୍ଷାକୁ ପଛରେ ପକାଇ ଏହି କରୋନା ମାହାମାରିକୁ ନିୟନ୍ତ୍ରଣ କରିବାରେ ଜିଲ୍ଲାର ସବୁଠାରେ ସେମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
  ଏମିତି ସେମାନଙ୍କୁ ସେତେବେଳେ ପ୍ରତିଶ୍ରୁତି ମଧ୍ୟ ଦିଆ ଯାଇଥିଲା ଯେ  , ଯେତେବେଳେ ସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ , ସେଥିରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବ , ହେଲେ ସେହି ପ୍ରତିଶ୍ରୁତି ପାଣିର ଗାଁର ଭଳି ରହିଗଲା ଏବଂ ବର୍ତ୍ତମାନ ସେମାନଙ୍କୁ କୁହାଯାଉଛି ଯେ ,  ଅନ୍ୟ ପ୍ରତ୍ୟାଶି ମାନଙ୍କ ସହିତ ସେମାନଙ୍କୁ ପ୍ରତିଯୋଗିତାରେ ଓଲ୍ହାଇବାକୁ ପଡିବ , ଯେଉଁ ମାନେକି କରୋନା ମାହାମାରି ସମୟରେ କାହା ପାଇଁ କିଛି ବି କରିନାହାନ୍ତି କି ଜାଣିନାହାନ୍ତି।

LEAVE A REPLY

Please enter your comment!
Please enter your name here