ବେଗୁନିଆପଡ଼ା (ଓବି ନ୍ୟୁଜ୍) ବେଗୁନିଆପଡ଼ା ବ୍ଳକର ବୁରୁଝରି ପଞ୍ଚାୟତ ଅନ୍ତର୍ଗତ କନ୍ୟାରିବାଡ଼ି ଗ୍ରାମର ଓମ ଶାନ୍ତି କାଜୁ ଶିଳ୍ପରେ ମଙ୍ଗଳବାର ରାତିରେ ଚୋରି ହୋଇଥିବା ନେଇ ବେଗୁନିଆପଡ଼ା ଫାଣ୍ଡି ରେ ଅଭିଯୋଗ ହୋଇଛି ଘଟଣାରୁ ପ୍ରକାଶ ଯେ ଏହାର ମାଲିକ ସନାତନ ମହାନ୍ତି ମଙ୍ଗଳବାର ରାତିରେ ଫ୍ୟାକ୍ଟ୍ରିରେ ତାଲା ପକାଇ ଘରକୁ ଫେରି ଆସିଥିଲେ ବୁଧବାର ସକାଳୁ ଫ୍ୟାକ୍ଟ୍ରିକୁ ଯାଇ ଦେଖନ୍ତି ତ ମୁଖ୍ୟ ଗେଟ, ଅଫିସ ଘର, ଗୋଦାମ ଗୃହର ତାଲା ଭାଙ୍ଗି ବା ସହ ଖୋଲା ରହିଛି ସେ ସଙ୍ଗେ ସଙ୍ଗେ ବେଗୁନିଆପଡ଼ା ଆସି ଫାଣ୍ଡିରେ ଲିଖିତ ଜାଣଇ ଥିଲେ ଖବର ପାଇ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏତଲା ପ୍ରକାରେ ନଗଦ ୫୪ ହଜାର, କାଜୁ ୩୦୦ କେ. ଜୀ ଚୋରି କରିବା ସହ ସି. ସି. କ୍ୟାମେରା, ଏଲ. ସି.ଡି ଓ ବିଦ୍ୟୁତ୍ ସମାଗ୍ରୀ ଭାଙ୍ଗି ନଷ୍ଠ କରି ଦେଇଛନ୍ତି