ବାଣିପଦା ରେ ରାଧାଗୋବିନ୍ଦ ଜୀଉ ଙ୍କ ବାର୍ଷିକ ଉତ୍ସବ

0
24

ଚୌଦ୍ୱାର(ଓବି ନ୍ୟୁଜ)(ଏମ୍. ନବୀନ):ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବାଣୀପଦା ଗ୍ରାମରେ ଅବସ୍ଥିତ ରାଧାଗୋବିନ୍ଦ ଜୀଉ ଙ୍କ ବାର୍ଷିକ ଉତ୍ସବ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସମଗ୍ର ଗ୍ରାମବାସୀ ମାନେ ଧାର୍ମିକ ଭାବନା ରେ ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପାଳନ କରିଥିଲେ। ଦୀର୍ଘ ଅଣତିରିଶୀ ବର୍ଷ ହେବ ଏହି ବାର୍ଷିକ ଉତ୍ସବ ପାଳିତ ହୋଇଆସୁଛି।ଏହି ଅବସରରେ ୮ ଟି ଲଉଡ଼ି ମଣ୍ଡଳ କୁ ନେଇ ଗ୍ରାମରେ ଲଉଡ଼ି ଖେଳ ହୋଇଥାଏ। ଏହାକୁ ସମଗ୍ର ଗ୍ରାମବାସୀ ମାନେ ଉତ୍ସାହ ସହିତ ଦେଖିଥାନ୍ତି ।ଅନୁଷ୍ଠାନର ସଦସ୍ୟମାନେ ରଙ୍କନିଧି ବେହେରା, ଶିବରାମ ବେହେରା, ଉଦ୍ଧବ ପରିଡା, ଅଭିରାମ ପରିଡା, ବିରେନ୍ଦ୍ର ବେହେରା ଓ ନବଘନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here