ଚୌଦ୍ଵାର ପୋଲିସ୍ ଦୁବୃତ୍ତଙ୍କ ଆକ୍ରମଣ ଯୋଜନାକୁ ଭଙ୍ଗ କଲା

0
121

ଚୌଦ୍ୱାର (ଓବି ନ୍ୟୁଜ) (ଏମ.ନବୀନ): ବେଆଇନ ଭାବେ ବମ୍ ମହଜୁଦ ରଖିବା ଓ ପ୍ରତିଷେଧ ପରାୟଣ ହୋଇ ଆକ୍ରମଣ କରିବା ଯୋଜନା କରୁଥିବା ଅଭିଯୋଗ ରେ ଚୌଦ୍ଵାର ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ଚୌଦ୍ଵାର ଥାନାରେ କଟକ ଜୋନ୍ ୧ ଏସପି ଅମରେନ୍ଦ୍ର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ସୂଚନା ଦେଇଛନ୍ତି। ଗିରଫ ଯୁବକ ମାନେ ହେଲେ ନିହାର ରଞ୍ଜନ ବେଉରା,ତ୍ରିଲୋଚନ ସାମଲ ଓ ଦୀପକ୍ ରାଉତ । ଉକ୍ତ ଯୁବକମାନେ ବ୍ୟବସାୟୀକ ଶତ୍ରୁତା ପାଇଁ ଚୌଦ୍ଵାର ଲେବର୍ ଟୁର୍ଣ୍ଣାମେଣ୍ଟେ ର ମନୋଜ ସାହୁଙ୍କୁ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ଏବଂ ଏହି କାରଣ ପାଇଁ ସେମାନେ ବମ୍ ଗୁଡ଼ିକ ମହଜୁଦ ରଖିଥିଲେ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ କରାଯାଇଛି। କୌଣସି ସୂତ୍ରରୁ ଚୌଦ୍ଵାର ପୋଲିସ୍ ଏହାର ଖବର ପାଇ ହାଉସିଂ ବୋର୍ଡ କଲୋନୀ ର ମାଉସୀମା ମନ୍ଦିର ପାଖରେ ୫ ଜଣ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ନିହାର ରଞ୍ଜନ ବେଉରା ଓ ତାଙ୍କ ୨ ସହଯୋଗୀ ଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ୨ଜଣ ଯୁବକ ଘଟଣା। ସ୍ଥଳ ରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ସେହି ଠାରୁ ୫ ଟି ଅଫୁଟା ବମ୍ ପୋଲିସ୍ ଜବତ୍ କରିଥିଲେ। ଚୌଦ୍ଵାର ପୋଲିସ୍ ର ଏହି ତୁରନ୍ତ ପଦକ୍ଷେପ ପାଇଁ ଚୌଦ୍ଵାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କୁ ପ୍ରଶଂସା କରିଛନ୍ତି ଏସିପି ଶ୍ରୀ ପଣ୍ଡା। ଗିରଫ ୩ ଜଣ ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି ବୋଲି ଏସିପି ଶ୍ରୀ ପଣ୍ଡା ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here