ଏଲ୍ଲାମା ମନ୍ଦିର ରେ ଝାମି ଯାତ୍ରା

0
49

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା): ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏଲ୍ଲାମା ଠାକୁରାଣୀ ମନ୍ଦିର ରେ ମଙ୍ଗଳବାର ଝାମି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମନ୍ଦିର ର ମୁଖ୍ୟ ପୂଜକ ଡ଼ହ ଡ଼ହ ନିଆଁ ଉପରେ ଚାଲିବା ପରେ ମାନସିକଧାରୀ ମାନେ ନିଆଁ କୁଣ୍ଡରେ ଚାଲିଥିବା ଦେଖିବାକୁ ମିଳିଥିଲା।ଦକ୍ଷିଣ ଓଡ଼ିଶାର ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟର ଏହି ପ୍ରାଚୀନ ପରମ୍ପରା ଫଗୁଣ ନବମୀ ତିଥିରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ କୋଭିଡ କଟକଣା ଯୋଗୁଁ ମନ୍ଦିର କମିଟି ପକ୍ଷରୁ ନିୟମାନୁଯାୟୀ ଏହି ଉଶ୍ଚବ ଅନୁଷ୍ଠିତ ହୋଇଥିଲା।ତେଲୁଗୁ ସମ୍ପ୍ରଦାୟ ଶ୍ରଦ୍ଧାଳୁ ମାନଙ୍କ ଦିନ ସାରା ମନ୍ଦିର କୁ ଆସି ପୂଜାର୍ଚନା କରାଯାଇଥିଲା।ପରମ୍ପାରିକ ବିଧି ଅନୁଯାୟୀ ଏହି ଉଶ୍ଚବ ପାଳିତ ହୋଇଥିଲା।ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା।ଗଞ୍ଜାମ ସହରର ଜେନା ସମ୍ପ୍ରଦାୟ ପକ୍ଷରୁ ଏହି ଉଶ୍ଚବ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here