ହିଞ୍ଜିଳିରେ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

ପିଲାଙ୍କ ସହ ଆଲୋଚନା

0
75

ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର ପାତ୍ର):ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ଗସ୍ତ କରି ଉନ୍ନୟନ ପ୍ରକଳ୍ପ ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।ବ୍ଲକ ଅନ୍ତର୍ଗତ ଖରିଡ଼ା ଉଚ୍ଚ ବିଦ୍ୟାଳୟରେ ଉନ୍ନତ ମାନର ସ୍ମାର୍ଟ ଶ୍ରେଣୀଗୃହ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ରେ ସେଣ୍ଟର ଅଫ ଏକ୍ସେଲେନ୍ସି ରେ ସାମିଲି ହୋଇଥିବା ୨୫ ବିଦ୍ୟାଳୟ ରେ ସ୍ମାର୍ଟ୍ କ୍ଲାସ୍ ରୁମ୍ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ବେଳେ ସମସ୍ତ ବିଦ୍ୟାଳୟ ରେ ଆସନ୍ତା ଅଗଷ୍ଟ/୧୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବୋଲି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ବିଗତ ଦିନରେ ଭିସି ମାଧ୍ୟମ ରେ ସୂଚନା ଦେଇଥିଲେ।ପୌରାଞ୍ଚଳର ୬ନଂ ୱାର୍ଡ ପରିଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି।ଏହି ଗସ୍ତ ବେଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ.ମନୋରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର,କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ,ଦିଲ୍ଲୀପ କୁମାର ମିଶ୍ର ଓ ଜାନକୀ ପାତ୍ରଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here