୧୪ ଦଫା।ଦାବି ନେଇ ବେଲଗୁଣ୍ଠା ବ୍ଳକ ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ବି.ଇ.ଓ ଅଫିସ୍ ଘେରାଉ ।

0
64

ବେଲଗୁଣ୍ଠା (ଓବି ନ୍ୟୁଜ) ; ନିଖିଳ ଓଡିଶା ଏମ୍.ଡି.ଏମ୍ ପାଚାକ ଓ ସହାୟିକା ସଂଘ ବେଲଗୁଣ୍ଠା ବ୍ଳକ ତରଫରୁ ଆଜି ୧୪ ଦଫା ଦାବି ନେଇ ବେଲଗୁଣ୍ଠା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି ।ଏ.ଆଇ.ଟି.ୟୁ.ସି ସହ ଅନୁବନ୍ଧିତ ଏହି ସଂଘ ବିଭିନ୍ନ ପ୍ରକାର ଦାବି ଯଥା ସରକାରଙ୍କ ତରଫରୁ ସର୍ବନିମ୍ନ ମଜୁରୀ ପ୍ରଦାନ, ପାଚିକା ମାନଙ୍କୁ ପରିଚୟ ପତ୍ର ପ୍ରଦାନ,ସ୍ୱାସ୍ଥ୍ୟ ବିମା କାର୍ଯ୍ୟକାରୀ କରିବା,ବି.ପି.ଏଲ୍ ଅନ୍ତର୍ଭୁକ୍ତ କରିବା,କାର୍ଯ୍ୟରତ ସମୟରେ କୌଣସି ଅସୁବିଧା ହେଲେ ପରିବାର ଲୋକଙ୍କୁ ଥଇଥାନ, ପାଚିକା ମାନଙ୍କୁ ୧୦ ମାସ ପରିବର୍ତ୍ତେ ଏକ ବର୍ଷର ଦରମା ଲାଗୁ କରିବା, ବ୍ୟାଙ୍କ ଆକାଉଣ୍ଟରେ ଦରମା ଦେବା,ବିନା କୌଣସି କାରଣରେ କାର୍ଯ୍ୟାନ୍ତର ହୋଇଥିବା ପାଚିକା ଙ୍କୁ ପୁନଃନିଯୁକ୍ତି, ବକେୟା ଦରମା ପ୍ରଦାନ, ଅନ୍ୟ କାମରେ ନିୟୋଜିତ ନ କରିବା, ଡ୍ରେସ କୋଡ୍ ଯୋଜନା ଲାଗୁ କରିବା, ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକର ପାଚିକା ଓ ସହାୟିକା ମାନଙ୍କୁ ଅନ୍ୟତ୍ର ଥଇଥାନ କରିବା,ଦୁର୍ଘଟଣା ହେଲେଚିକିତ୍ସା ଖର୍ଚ୍ଚ ବହନ କରିବା ଏବଂ ଅବସର ପରେ।ପେନସନ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ୍ନ କୁମାର ବେହେରାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ସରକାର ବିଷୟରେ ନିଷ୍ପତ୍ତି ନେବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଥିଲା ।ଆଜି ବେଲଗୁଣ୍ଠା ବ୍ଳକର ସମସ୍ତ ପାଚିକା ଓ ସହାୟିକା ବେଲଗୁଣ୍ଠା ସହର ପରିକ୍ରମା କରି ନିଜର ଅସନ୍ତୋଷ ବ୍ୟକ୍ତ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଭାନେତ୍ରୀ ରଶ୍ମିତା ନାୟକ, ଜିଲ୍ଲା ସଭାପତି ରାଜେନ୍ଦ୍ର ଦାସ,ଜିଲ୍ଲା ସଂଗଠକ
ପ୍ରଶନ୍ନ କୁମାର ରାଉତ ନେତୃତ୍ବରେ ସମସ୍ତ ପାଚିକା ଓ ସହାୟିକା ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here