ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

    0
    25

    ଗୁଣପୁର(ଓବି ନ୍ୟୁଜ)(ସୁରେନ୍ଦ୍ର ମହାନ୍ତି): ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଅଧ୍ୟାଦେଶ ବାତିଲ, ବିଜୁଳି ବିଲ ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରଭୃତି ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ଗୁଣୁପୁର ସୌରା ପ୍ରଧାନୀଗୁଡା ଛକ ନିକଟରେ ଆଜି ଅଖିଳ ଭାରତୀୟ କୃଷକ ମହାସଭା , କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବିକ୍ଷୋଭ କାରୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ସହରରେ ଦୋକାନ ବଜାର ବନ୍ଦ ରହିଛି । ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । କୃଷକ ନେତା ତିରୁପତି ଗମାଙ୍ଗ ଙ୍କ ନେତୃତ୍ୱରେ ଏହି ବନ୍ଦ ପ୍ରଦର୍ଶନ କରାଯାଇଛି ।

    LEAVE A REPLY

    Please enter your comment!
    Please enter your name here