ମୋହନା ଓକିଲ ସଙ୍ଘ ନିର୍ବାଚନ

ରବୀନ୍ଦ୍ର ସଭାପତି, ସୁଶାନ୍ତ ସମ୍ପାଦକ

0
26

ମୋହନା (ଓବି ନ୍ୟୁଜ) (ପି.ସଞ୍ଜୀବ ରାଓ) ;ଗଜପତି ଜ଼ିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ସ୍ଥିତ ଓକିଲ ସଙ୍ଘ ଗୃହ ଠାରେ ସଙ୍ଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଙ୍ଘ ର ବରିଷ୍ଠ ଆଇନଜୀଵୀ ରବୀନ୍ଦ୍ର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି, ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ତଥା ଆଇନଜୀଵୀ ସିମାଞ୍ଚଳ କାର୍ଜୀ ଙ୍କୁ ପାଞ୍ଚ ଖଣ୍ଡ ଭୋଟ ରେ ପରାସ୍ତ କରିଛନ୍ତି l ରବୀନ୍ଦ୍ର ଏଗାର ଖଣ୍ଡ ଭୋଟ ପାଇଥିବା ବେଳେ ସିମାଞ୍ଚଳ ଙ୍କୁ ମାତ୍ର ଛଅ ଟି ଭୋଟ ମିଳିଛି l ସଭାପତି ପଦବୀ ବ୍ୟତୀତ ଅନ୍ୟ କୌଣସି ପଦବୀ ପାଇଁ ପ୍ରତିଦ୍ବନ୍ଦୀତା ହୋଇନାହିଁ l ଉପସଭାପତି ଭାବେ ପଦ୍ମନାଭ ପତି, ସମ୍ପାଦକ ସୁଶାନ୍ତ ମଲ୍ଲିକ, ସହସମ୍ପାଦକ ପ୍ରଭାତ ଚାନ୍ଦ ପାଇକ ଏବଂ କୋଷାଧକ୍ଷ ଭାବେ ଜୋସେଫ ମାଝୀ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ରେ ଓକିଲ ସଙ୍ଘ ର ସମସ୍ତ ସଦସ୍ୟ ଭାଗ ନେଇଥିବା ବେଳେ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ନିର୍ବାଚନ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here