ଆସିକା (ଓବି ନ୍ୟୁଜ)(ସନ୍ତୋଷ କୁମାର ମିଶ୍ର): ଗଂଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ତଥା ଲକ୍ଷ ଲକ୍ଷ ଲୋକଙ୍କ ଇଷ୍ଟଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପ୍ରଥମ ଚୈତ୍ର ମଙ୍ଗଳବାର କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ମାସ୍କ ପରିଧାନ,ସମଦୁରତା, ସାନିଟାଇଜ ଏବଂ ଠିକଣା ଯାଞ୍ଚ କରାଯାଇ ଭକ୍ତ ମାନଙ୍କୁ ଦର୍ଶନ ନିମନ୍ତେ ମନ୍ଦିରକୁ ଛଡ଼ାଯାଇଥିଲା। ଭକ୍ତ ମାନେ ନିଜ ଛୁଆଙ୍କ ପ୍ରଥମ ଚୁଟି ମାଙ୍କ ପାଖରେ ମୁଣ୍ଡନ କଲେ ପିଲାଙ୍କ ରିଷ୍ଟ ଖଣ୍ଡନ ଏବଂ ରୋଗବ୍ୟାଧି ଦୂର ହୋଇଥାଏ ବୋଲି ଏହି ପ୍ରଥା କେଉଁ ଆବହମାନ କାଳରୁ ଏହା ଚାଲି ଆସିଛି।ସେହିକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନେ ମାଙ୍କ ପାଖକୁ ଆସି ଭୋଗରାଗ ସହ ପଞ୍ଚାମୃତ ମା ଙ୍କ ପାଖରେ ଲାଗି କରିଥାନ୍ତି । ପ୍ରାତଃ କାଳରୁ ମାଙ୍କ ଦ୍ୱାର ଫିଟା ପରେ ମାର୍ଜଣା, ଆଳତି ,ବାଳଭୋଗ ପରେ ଦେବୀଙ୍କ ଦର୍ଶନ ଓ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା।ମଧ୍ୟାନରେ ଅନ୍ନଭୋଗ ପରେ ପାହାଡ ହୋଇଥିଲା। ସାନ୍ଧ୍ୟ ଆଳତି ରାତ୍ର ଅନ୍ନଭୋଗ ପରେ ମାଙ୍କ ବେଢା ପରିକ୍ରମା କରାଯାଇଥିଲା। କୋଭିଡ଼ ଯୋଗୁଁ ମାଙ୍କ ନଗର ପରିକ୍ରମା ବନ୍ଦ କରିଛି ପ୍ରଶାସନ । ଦିନ ତମାମ ଯାତ୍ରୀମାନଙ୍କ ମନ୍ଦିର ପ୍ରବେଶ ଥିବାରୁ ତାଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା।ପ୍ରଶାସନ ପକ୍ଷରୁ ଆସିକା ତହସିଲଦାର ସଦାନନ୍ଦ ସେଠୀ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଟେଟେ,ପରିଚାଳନା କମିଟିର ଅଧ୍ୟକ୍ଷ ସତ୍ୟନାରାୟଣ ସ୍ୱାଇଁ,ସଦସ୍ୟ ମନୋଜ ମୁନୀ ,ସଚ୍ଚିଦାନନ୍ଦ ଖଟେଇ, ସମସ୍ତ ସେବାୟତ,ଯାତ୍ରା ପରିଚାଳନ କମିଟି ସଭାପତି ନିମେଇ ପାଣିଗ୍ରାହୀ ଓ କମିଟି ସଭ୍ୟ,ଗ୍ରାମବାସୀମାନେ ସହଯୋଗ କରିଥିବା ଜଣା ପଡିଛି ।