୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

0
31

ଛତ୍ରପୁର (ଓବି ନ୍ୟୁଜ) : ସ୍ଥାନୀୟ ପୁଲିସ ପଡିଆ ଠାରେ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ୍ କୁମାର ରାଏ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁଲିସ ବାହିନୀକୁ ଉଦ୍‌ବୋଧନ ଦେଇଥିଲେ । ସେ କହିଥିଲେ ଧନଜୀବନ ଓ ଆଇନ ଶୃଙ୍ଖଳା ରକ୍ଷା କାର୍ଯ୍ୟ ପୋଲିସ କାର୍ଯ୍ୟକାରୀ କରି ଆସୁଛି । ପୋଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛନ୍ତି ବୋଲି ସେ କହିଥିଲେ । ଏହାସହ ଏସପି ଶ୍ରୀ ।ରଏ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ପୋଲିସ ଆଚରଣ ବିଧି ପାଠ କରିଥିଲେ ।
ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରାଯାଇଥିଲା । ସମାରୋହରେ ଗଞ୍ଜାମ ପୁଲିସ ଜିଲ୍ଲାରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଶ୍ରେଷ୍ଠ ସବ୍‌ଇନ୍ସପେକ୍ଟର ଭାବେ (ତାରସିଂ ଥାନା) ସବ୍ୟସାଚୀ ମଲ୍ଲ, ଶ୍ରେଷ୍ଠ ଏଏସଆଇ (ବୁଗୁଡା ଥାନା) ଅମୀୟ କାନ୍ତ ପାଢି, ଶ୍ରେଷ୍ଠ ହାବିଲଦାର (ହେଡକ୍ୱାର୍ଟର) ଅଜିତ୍ କୁମାର ପାତ୍ର , ଶ୍ରେଷ୍ଠ କନଷ୍ଟେବଲ (ହେଡକ୍ୱାର୍ଟର) ସୋମନାଥ ବେହେରା ଓ ଶ୍ରେଷ୍ଠ ଏପିଆର କନଷ୍ଟେବଲ ବିପଦ ପରିଛାଙ୍କୁ ଏସପି ସମ୍ମାନିତ କରିବା ସହ ପୁରସ୍କୃତ କରିଥିଲେ । ଏହାସହିତ କରୋନା ମହାମାରୀ ସମୟରେ ପ୍ଲାଜମା ଦାନ କରିଥିବା ଛତ୍ରପୁର ଏସଡିପିଓ ଗୈାତମ କିଷାନ୍‌, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆସିକା ଥାନାର କନଷ୍ଟେବଲ ଅମୀୟ କୁମାର ବିଶ୍ୱାଳ , ଜଗନ୍ନାଥପୁର ବିଟ ହାଉସର କନଷ୍ଟେବଲ ରାମଚନ୍ଦ୍ର ସାହୁ, କନଷ୍ଟେବଲ (ହେଡକ୍ୱାର୍ଟର) କୁମୁଦ ସେଠୀ ଓ ଭଂଜନଗର ଥାନାର କନଷ୍ଟେବଲ ସନାତନ ମଲ୍ଲିକଙ୍କୁ ଗଞ୍ଜାମ ଏସପି ଶ୍ରୀ ରାଏ ସମ୍ମାନୀତ କରିଥିଲେ ।

LEAVE A REPLY

Please enter your comment!
Please enter your name here