୫ଟି ଦେଶୀ ବନ୍ଧୁକ ସହ ୪ କିଲୋ ଝିଙ୍କ ମାଂସ ଜବତ: ଶିକାରୀ ଚମ୍ପଟ୍

0
32

ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ): କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ପକ୍ଷରୁ ଶୁକ୍ରବାର ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୈାଣସି ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ କରଡା ପଞ୍ଚାୟତର ଡକରବାଡି ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲେ।ଫରେଷ୍ଟର ଉସତ କହଁର,ବନରଖି ସୁଜିତ କୁମାର ପ୍ରଧାନ,କୃଷ୍ଣ ଚନ୍ଦ୍ର ନାୟକ ଏବଂ ଅନ୍ୟ କର୍ମଚାରୀ ଚଢାଉ କରୁଥିବା ବେଳେ ଶିକାରୀ ମାନେ ଜାଣିପାରି ସେଠାରୁ ଚମ୍ପଟ୍ ମାରିଥିଲେ।ହେଲେ ସେଠାରୁ ରାଇକିଆ ବନ ବିଭାର୍ଗ ୫ ଟା ଦେଶୀ ବନ୍ଧୁକ ୨୪ଟି ଗୁଳି,ବାରୁଦ ୨୦୦ ଗ୍ରାମ,୩ଟି ଟର୍ଚ୍ଚ, ଝିଙ୍କ ମାଂସ ୪ କିଲୋ,ଝିଙ୍କ ଖାଡି ୨୦୦ ଗ୍ରାମ,ମୋବାଇଲ,ବ୍ୟାଟେରୀ,କାତି ଏବଂ ବିଭିନ୍ନ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ଏଠାରେ ସୂଚନା ଥାଉକି କିଛି ଦିନ ପୁର୍ବରୁ ଜଣେ ଶିକାରୀଙ୍କୁ ଦେଶି ବନ୍ଧୁକ ସହ ଗିରଫ କରାଯାଇଥିଲା।ଏହାକୁ ମିଶାଇ ୦୬ ଗୋଟି ଦେଶି ବନ୍ଧୁକ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here