ରେଳଲାଇନରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

0
28

ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ) (ଟୁଟୁ ମହାପାତ୍ର): ଗୋଳନ୍ଥରା ଥାନା ଅନ୍ତର୍ଗତ ଚାନ୍ଦପୁର ନିକଟସ୍ଥ ରେଳ ଲାଇନ କଡରୁ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଜଣାପଡିବା ପରେ ଜିଆରପି ପୁଲିସ ପକ୍ଷରୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହା ନେଇ ଜିଆରପି ପୁଲିସ ପକ୍ଷରୁ ୨୧/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଥିବା ଜିଆରପି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ନାୟକ ସୂଚନା ଦେଇଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଅନୁଯାୟୀ ମହିଳାଙ୍କ ବୟସ ୨୦ ରୁ ୨୪ ବର୍ଷ ହୋଇଥିବା ବେଳେ ସେ ବିବାହିତ ଥିବା ଜଣାପଡିଛି । ଏ‌ଆ ସହ ମହିଳା ଜଣଙ୍କ ଟ୍ରେନ ସମ୍ମୁଖରେ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡିଥିବା ଜଣାଯାଇଛି।କିନୁ ରାତି ସୁଦ୍ଧା ଆଖପାଖ ଅଞ୍ଚଳରେ କୈାଣସି ମହିଳା ନିଖୋଜ ରହିଥିବା ନେଇ ମାମଲା ନଥିବା ବେଳେ କେଉଁ ପରିସ୍ଥିତିରେ କେଉଁ ଅଞ୍ଚଳର ମହିଳା ଜଣଙ୍କ ଏଠାକୁ ଆସି ଆତ୍ମହତ୍ୟା କଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here