ହଳଦିଆପଦର ଜାତୀୟ ରାଜପଥ କଡରୁ ବ୍ୟାଗରୁ ୫୨ କେଜି ଗଞ୍ଜେଇ ଜବତ

0
21

ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ) (ଟୁଟୁ ମହାପାତ୍ର): ଜାତୀୟ ରାଜପଥ ନଂ ୧୬ ତଥା ହଳଦିଆପଦର କନିଷି ଢାବା ସମ୍ମୁଖ ମାଁ ମାଝିଗୈରୀ ସର୍ଭିସିଗଂ ସେଣ୍ଟର ସମ୍ମୁଖ ରାସ୍ତାରେ ୪ ଟି ବ୍ୟାଗ ସନ୍ଦେହ ଜନକ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ଖୋଲି ଦେଖିବା ବେଳେ ସେଥିରୁ ପଲିଥିନ ଗୁଡା ହୋଇ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଏହା ନେଇ ଅବକାରୀ ବିଭାଗ ସମେତ ଗୋଳନ୍ଥରା ପୁଲିସ କୁ ଖବର ଦିଆଯାଇଥିଲା । ଏହି ଖବର‌ପାଇବା ପରେ ଗୋଳନ୍ଥରା ଥାନା ଆଇଆଇସି ବାବୁଲି ନାୟକ ଓ ଗୋଳନ୍ଥରା ଅବକାରୀ ସବ ଇନସ୍ପେକ୍ଟର ସୁବାଷ ମହାଙ୍କୁଡ, ଏବଂ ମାଜିଷ୍ଟ୍ରେଟ ଭାବେ କନିଷି ତହସିଲଦାର ତାପସ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଯାଞ୍ଚ ସମୟରେ ୪ ଟି ବ୍ୟାଗରୁ ୨୫ ପ୍ୟାକେଟ ଗଞ୍ଜେଇ ଯାହାର ଓଜନ‌୫୨ କେଜି ଥିବା ଜଣାପଡିବା ସହ ଉକ୍ତ ଗଞ୍ଜେଇ କୁ ଅବକାରୀ ବିଭାଗ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ନଂ ‌୧୬ ତଥା ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ସଂଯୋଗ କରୁଥିବା ଏହି ରାସ୍ତା ଏବେ ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ପ୍ରତିଦିନ ଅନେକ ଚୋରା ବେପାରୀ ଶହଶହ କେଜି ଗଞ୍ଜେଇ ଚୋରାରେ ବିଭିନ୍ନ ଉପାୟରେ ଚାଲଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here