ଚୌଦ୍ୱାର ୟୁଥ୍ ଫର୍ ସେବା ପକ୍ଷରୁ ସହିଦ୍ ମାନଙ୍କ ସ୍ମୃତି ଉଦେଶ୍ୟ ରେ ଦୀପଦାନ

0
185

ଚୌଦ୍ୱାର(ଓବି ନ୍ୟୁଜ)(ଏମ୍. ନବୀନ):ଛତିଶଗଡ଼ର ସୁକମା ଅଞ୍ଚଳରେ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୨୨ଜଣ ସିଆରପିଏଫ୍ ଯବାନ ତଥା ଆମ ଭାରତ ମାତାର ବୀର ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚୌଦ୍ୱାରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର ସେବା ଗ୍ରୁପ୍ ତରଫରୁ କର୍ମକର୍ତ୍ତା ଆଜି ସନ୍ଧ୍ୟା ୭:୩୦ ଘଟିକା ରେ ଚୌଦ୍ବାର ଚାରବାଟିଆ ଜଗନ୍ନାଥ ମନ୍ଦିରରେ ଦୀପ ଦାନ କରି ସେମାନଙ୍କ ପବିତ୍ର ଆତ୍ମା ର ସଦଗତି ନିମନ୍ତେ ପ୍ରାଥର୍ନା କରିଛନ୍ତି । ସଭାପତି ଶାରଦା ରଞ୍ଜନ ପରିଜା ଙ୍କ ନେତୃତ୍ବରେ ସଂପାଦକ ସଞ୍ଜୟ ବେହେରା , ଅନିରୁଦ୍ଧ ମହାନ୍ତି,ଅନିଲ ସାହୁ, ଉମା ଚରଣ ସାହୁ, ନବୀନ ରାଓ,ଆଲୋକ ମହାପାତ୍ର, ସନ୍ତୋଷ ସାହୁ,ପ୍ରମୋଦ ସାମଲ, ପ୍ରବୀଣ ପ୍ରଧାନ,ସନ୍ତୋଷ ଭୂୟାଁ, ସଞ୍ଜୟ ସିଂହ ପ୍ରଭୁତି ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here