ପୋଖରୀ ଚୁଆରେ ବୁଡ଼ି ନାବାଳକ ମୃତ

0
11

ଗାଙ୍ଗପୁର(ଓବି ନ୍ୟୁଜ):ଜଣେ ସାତ ବର୍ଷର ନାବାଳକ ପୋଖରୀ ଚୁଆରେ ବୁଡ଼ି ମୃତ୍ୟୁ ବରଣ କରିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି I ସୂଚନା ପ୍ରକାରେ ବେଣାପାଟ ଗ୍ରାମର ବବୃ ନାହାକଙ୍କ ପୁଅ ସୁମନ୍ ନାହାକ (7) ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତାରେ ଗ୍ରାମରେ ଥିବା ସମ୍ପର୍କୀୟ ଘରକୁ ବୁଲିବାକୁ ଯାଇଥିଲା I ସକାଳ 9 ଘଣ୍ଟା ସମୟରେ ସୁମନ୍ ସେହି ଗ୍ରାମର ପୋଖରୀରେ ଶୌଚ ହେଉଥିବା ସମୟରେ ଅସାବଧାନତାବଶତଃ ପୋଖରୀରେ ଥିବା ଏକ ଚୁଆରେ ବୁଡ଼ି ଯାଇଥିଲା I ପରିବାର ଲୋକେ ସୁମନକୁ ଉଦ୍ଧାର କରି ଆସ୍କା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ, କିନ୍ତୁ ଡ଼ାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ I ଏନେଇ ସୁମନ୍ ର ପରିବାର ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 07/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I

LEAVE A REPLY

Please enter your comment!
Please enter your name here