
ଦିଗପହଣ୍ଡି(ଓବି ନ୍ୟୁଜ)(ଶିବ ପ୍ରସାଦ ରଥ):ଦିଗପହଣ୍ଡି ଥାନା ବି. ତୁରୁବୁଡି ପଞ୍ଚାୟତ ନିଜ ବାଙ୍କେଶ୍ୱରୀ ପୀଠ କୁ ଯିବା ରାସ୍ତା ପିଲିକାଢି଼ହ ନିକଟ ଘାଟି ରେ ଏକ ପିକଅପ ଭେନ ଭାରସାମ୍ୟ ହରାଇ ଓଲଟିଲା।ଏହି ଦୃଘଟଣା ରେ 16ଜଣ ଆହତ ହୋଇଥିବା ବେଳେ 11ଜଣ ଗୁରୁତର ଥିବା ଜଣାପଡ଼ିଛି।ସୂଚନା ଏହା ଯେ ଚୈତ୍ର ମଙ୍ଗଳବାର ଉପଲକ୍ଷେ ଲାଞ୍ଜିଆ ଗ୍ରାମର ମାନସିକ ଧାରୀ କିଛି ଯାତ୍ରୀ ନିଜବାଙ୍କେଶ୍ୱରୀ ପୀଠ କୁ ଯିବା ବେଳେ ମଙ୍ଗଳବାର ସକାଳ 8ଘଣ୍ଟ ସମୟରେ ଏକ ବୁଲାଣି ଘାଟି ରାସ୍ତାରେ ପିକଅପ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।ଏହି ଖବର କୁ ମନ୍ଦିର କମିଟିର କିଛି କର୍ମକର୍ତ୍ତା 108ଆମ୍ବୁଲାନ୍ସ,ପୋଲିସ ଓ ଦମକଳ ବାହିନୀ କୁ ଜଣାଇଥିଲେ।ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ।ଆହତ ମାନଙ୍କ ମଧ୍ୟରୁ 11ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଦିଆଯାଇଥିବା ସୂଚନା ମିଳିଛି।ଏହି ଗୁରୁତର ମାନଙ୍କ ମଧ୍ୟରୁ 3 ଜଣ ଶିଶୁ ଥିଲେ।ଜିତୁ ଗୌଡ଼ ନାମକ ଜଣେ 10ବର୍ଷ ର ବାଳକ ଙ୍କ ହାତ ପାପୁଲି ଓ ଆଙ୍ଗୁଠି ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।ଅନ୍ୟ ଜଣେ ରମା ଗୌଡ଼ ନାମକ 65 ବର୍ଷୀୟ ବୃଦ୍ଧା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ହେତୁ ରକ୍ତସ୍ରାବ ବନ୍ଦ ହେଉନାହିଁ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
ପ୍ରକାଶ ଥାଉ କି କୋଭିଡ଼ କଟକଣା ଯୋଗୁଁ ମାଁ ନିଜବାଙ୍କେଶ୍ୱରୀ ଙ୍କ ପୀଠରେ ମଙ୍ଗଳବାର ପାଳି ରେ ମାନସିକଧାରୀ ଙ୍କ ପ୍ରବଳ ଭିଡ଼ ଯୋଗୁଁ ପ୍ରଶାସନ ପକ୍ଷରୁ ଏହି ରାସ୍ତା କୁ ସିଲ କରାଯାଇଥିଲା।ତେବେ କିଛି ଯାତ୍ରୀ ଏହି ନିୟମ କୁ ଉଲଂଘନ କରି ରାସ୍ତା ଉପରେ ପଡ଼ିଥିବା ପଥର କୁ ହଟାଇ ଜବରଦସ୍ତି ପୀଠକୁ ଯାଉଥିବା ବେଳେ ଏପରି ଦୃଘଟଣା ଘଟିଛି।ସ୍ଥାନୀୟ ତହସିଲଦାର ଅଦେତ୍ୟ କୁମାର ସ୍ୱାଇଁ ଗୁରୁତର ମାନଙ୍କୁ ହସ୍ପିଟାଲ ପଠାଇବା ବନ୍ଦୋବସ୍ତ କରିବା ସହ ମାନସିକଧାରୀ ଓ ଭକ୍ତମାନଙ୍କୁ ଏହି ପୀଠକୁ ଯିବା ପାଇଁ ବାରଣ କରିଛନ୍ତି କାରଣ ରାସ୍ତା କାର୍ଯ୍ୟ ଚାଲିଥିବା ଯୋଗୁଁ ଏହି ଘାଟି ରେ ବାରମ୍ବାର ଦୃଘଟଣା ଘଟୁଛି ତେଣୁ ଧନ ଜୀବନ ସୁରକ୍ଷା ରହିବା ପାଇଁ ପ୍ରଶାସନ ଅନୁରୋଧ କରିଛନ୍ତି।
