ଦିଗପହଣ୍ଡି ଥାନା ଅଧିନସ୍ଥ ମୌଲାଭଣଜା ବ୍ରିଜ ନିକଟରେ ମଙ୍ଗଳବାର ସକାଳ 5ଘଣ୍ଟ ସମୟରେ ଏକ ଗଞ୍ଜେଇ କାର୍ କୁ ଗୋଡ଼ାଇ ଧରିଲା ପୋଲିସ।ସୂଚନା ପ୍ରକାରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ କଂସମାରୀ ଠାରୁ ବ୍ରହ୍ମପୁର ଅଭିମୁଖେ ଏକ ଗଞ୍ଜେଇ ବୋଝେଇ ହୁଣ୍ଡାଇ କାର୍ ନଂ od02p2672 ରେ ବିପୁଳ ପରିମାଣର ଗଞ୍ଜେଇ ନେଇ ଯାଉଛି।ଏହି ଖବର ଶୁଣିବା ମାତ୍ରେ ସଦଳବଳେ ପେଟ୍ରୋଲିଂ ରେ ବାହାରିଥିଲେ ଦିଗପହଣ୍ଡି ଥାନାର ପୋଲିସ ବହିନୀ।ମୌଳାଭଣଜା ନିକଟରେ ପୋଲିସ ଗାଡ଼ି ଦେଖି ଗଞ୍ଜେଇ ମାଫିଆ ମାନେ କାର୍ ବୁଲାଇ ଦ୍ରୁତ ଗତିରେ ପଳାଇଯିବା ବେଳେ ପୋଲିସ ଗାଡ଼ି ଗୋଡେଇ ଧରିଥିଲା।ଘଟଣା ସ୍ଥଳରେ 2 ଜଣ ଆସାମୀ ଗିରଫ ହେବା ସହ କାର୍ ଟି ଜବତ ହୋଇଥିବା ସୂଚନା ମିଳିଛି।ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କଂସମାରୀ ଗ୍ରାମର ସୁଦର୍ଶନ ଦୋରା(୫୦) ଓ କାର୍ ର ମାଲିକ ପାଟପୁର ଥାନା କଟାପଲ୍ଲୀ ଗ୍ରାମର ରଞ୍ଜିତ ଗୌଡ଼(21) ନିଜେ ଡ୍ରାଇଭର କରି ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି।ଜବତ ହୋଇଥିବା ଗଞ୍ଜେଇ ପ୍ରାୟ 117kg ଏବଂ ଆନୁମାନିକ ବଜାର ମୂଲ୍ୟ ପ୍ରାୟ 5ଲକ୍ଷ ହେବ ବୋଲି ଜଣାପଡିଛି।ଉକ୍ତ ଚଢ଼ାଉ ବେଳେ ଦିଗପହଣ୍ଡି ଥାନା ଇନିସ୍ପେକ୍ଟର ମାଧବ ଚନ୍ଦ୍ର ଟାକିର,ହାବିଲଦାର ନାରାୟଣ ପାଣିଗ୍ରାହୀ,ସନ୍ତୋଷ ଜାଲ, ସୁରେଶ ସେଠୀ ପ୍ରମୁଖ ଚଢ଼ାଉ ରେ ସହଯୋଗ କରିଥିଲେ।ଏନେଇ ଦିଗପହଣ୍ଡି ଥାନା କେସ ନଂ 81/21 ରେ ଏକ ମାମଲା ରୁଜୁ କରାଯାଇଛି।ଗିରଫ ଆସାମୀ ମାନଙ୍କୁ ଅଧିକ ଜେରା କରାଯାଇ ତଦନ୍ତ କଲେ ପ୍ରକୃତ ଚେର କେଁହୁ ଆଡ଼େ ଲମ୍ବିଛି ତାହା ଜଣାପଡ଼ିବ।