ଗୋଟିଏ ପରିବାର ସମେତ 6 କରୋନା ଆକ୍ରାନ୍ତ

0
19

ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଂଚାୟତ ଅନ୍ତର୍ଗତ କେଶଲଗା ଗ୍ରାମରେ ଗୋଟିଏ ପରିବାରର 5 ଜଣ ସମେତ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନିଟ ହୋଇଛନ୍ତି ! କରୋନା ଆକ୍ରାନ୍ତ ହୋଇଥିବା ସମସ୍ତଙ୍କୁ ହୋମ ଆଇସୋଲେସନ ରଖାଯାଇଥିବା ଜଣାଯାଇଛି ! ପରିବାର ସଦସ୍ୟର ଜଣକୁ ଜ୍ୱର ହେବାରୁ ତାଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା କୁ ଯାଇଥିଲେ ! ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିଲା ! ଚଳିତ ମାସ 1 ତାରିଖ ଦିନ ଉକ୍ତ ବ୍ୟକ୍ତି କରୋନା ଆକ୍ରନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ! ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟ ଓ ତାଙ୍କ ସସ୍ପସରେ ଆସିଥିବା ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିଲା ! ସମସ୍ତେ କରୋନା ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ସୂଚନା ଦିଆଯାଇଛି !

LEAVE A REPLY

Please enter your comment!
Please enter your name here