ଏଣିକି ଗଞ୍ଜାମ ଜିଲ୍ଲାର ସରକାରୀ ମେଡିକାଲରେ ରହିବ ଆଇସୋଲେସନ୍ ବେଡ୍ ; ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

0
19

ଛତ୍ରପୁର (ଓବି ନ୍ୟୁଜ)ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ୍ ବେଡ୍ । ଜିଲ୍ଲାରେ ମୋଟ ୩୩ଟି ସ୍ଥାନରେ ୩୩୮ ଟି ଆଇସୋଲେସନ୍ ବେଡ୍ ରହିବ । ଏହାଛଡା ଉତ୍ସର୍ଗୀକୃତ କୋଭିଡ ମେଡିକାଲରେ ସର୍ବାଧିକ ୧୫୦ ଆଇସୋଲେସନ୍ ବେଡ୍ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ରୋଗୀଙ୍କୁ କେବଳ କୋଭିଡ୍ ଆମ୍ବୁଲାନ୍ସ ରେ ହିଁ ଚିକିତ୍ସା ନିମନ୍ତେ ନିଆଯାଇପାରିବ । କୋଭିଡ୍ ଆମ୍ବୁଲାନ୍ସ ନଥିଲେ ୧୦୮ ଆମ୍ବୁଲାନ୍ସ କାର୍ଯ୍ୟ କରିବ । ଲକ୍ଷଣ ନଥିବା କରୋନା ରୋଗୀ ହୋମ ଆଇସୋଲେସନ ରେ ରହିବେ ।

LEAVE A REPLY

Please enter your comment!
Please enter your name here