ତାରାତାରିଣି ମନ୍ଦିର ପରିସର ବିଶୋଧନ ପାଇଁ ବୁଧବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ; ଗଞ୍ଜାମ ଜିଲ୍ଲା ପ୍ରଶାସନର ସଂଶୋଧିତ ଏସଓପି

0
12

ଛତ୍ରପୁର (ଓବି ନ୍ୟୁଜ): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମର ପ୍ରସିଦ୍ଧ ମା ତାରାତାରିଣି ମନ୍ଦିର ପାଇଁ ସଂଶୋଧିତ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ । ସଂଶୋଧିତ ଏସଓପି ଅନୁସାରେ କେବଳ ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ଦିନ ମାନଙ୍କରେ ମନ୍ଦିର ଖୋଲା ରହିବ । ବିଭିନ୍ନ ଦିବସରେ ନିର୍ଦ୍ଧାରିତ ନିତିକାନ୍ତିର ପାଳନ ପୂର୍ବକ ମନ୍ଦିର କାର୍ଯ୍ୟବିଧି ସଂପନ୍ନ କରାଯିବ । ଅନ୍ୟ ସୂଚନା ମିଳିବା ପର୍ଯ୍ୟନ୍ତ ସଂନ୍ଧ୍ୟା ସାଢେ ୫ ଟା ଯାଏଁ ହିଁ ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ରହିବ । ମନ୍ଦିର ଆଖପାଖ ଓ ଏହାର ନିକଟବର୍ତ୍ତୀ ସ୍ଥାନରେ ଭୋଜି ଭାତ କରିବା ଉପରେ ରୋକ୍ ଲଗାଯାଇଛି । କୋଭିଡ୍ କଟକଣା ପାଇଁ ମୁଣ୍ଡନ ବ୍ୟବସ୍ଥା ବନ୍ଦ ରହିଛି । ପ୍ରତି ବୁଧୁବାର ଦିନ ମନ୍ଦିର ପରିସରକୁ ସଂପୁର୍ଣ୍ଣ ବିଷୋଧନ କରାଯିବ । ଏଥି ସହ ସପ୍ତାହରେ ଦୁଇ ଦିନ ସର୍ବସାଧାରଣଙ୍କ ଦର୍ଶନ ସରିବା ପରେ ରାତ୍ରିକାଳୀନ ବୋଶୋଧନ କରାଯିବ । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଲାଗୁ ହେବାକୁ ଥିବା କଟକଣା କ୍ଷେତ୍ର ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ମାର୍ଗଦର୍ଶିକା କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସମୟରେ ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା କୁ ବାଧ୍ୟତାମୁଳକ କରାଯାଇଛି । ଭକ୍ତଗଣ ମନ୍ଦିର ଭିତରେ କୌଣସି ମୁର୍ତ୍ତି କିମ୍ବା ବିଗ୍ରହକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ସେମାନଙ୍କ ହାତ ବିଶୋଧନ ଓ ସାନିଟାଇଜ୍ କରିବେ । କୋଭିଡ୍ – ୧୯ ନିୟମ ଅନୁଯାୟୀ ସମସ୍ତେ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ । ମନ୍ଦିର ପରିସରରେ ପାନ ଓ ତମାଖୁ ସେବନ କରିବା ଓ ଛେପ ପକାଇବାକୁ ସଂପୁର୍ଣ୍ଣ ବାରଣ କରାଯାଇଛି । ମନ୍ଦିର ପରିସରକୁ ପଲିଥିନ୍ ବ୍ୟାଗ ସଂପୁର୍ଣ୍ଣ ନିଷେଧ କରାଯାଇଛି । ମନ୍ଦିର ପରିସରରେ କେବଳ ନିର୍ଦ୍ଧାରିତ ସମୟରେ ହିଁ ଭକ୍ତମାନେ ଦୀପ ଜାଳିପାରିବେ । ମନ୍ଦିର ପ୍ରବେଶ ପାଇଁ ଭକ୍ତଗଣ ଜୋତା ଷ୍ଟାଣ୍ଡ ଅପର ପାଶ୍ୱର୍ରେ ଥିବା ବ୍ୟାରିକେଡ ଦେଇ ଧାଡି ବାନ୍ଧି ଯିବେ । ଭକ୍ତଗଣ ମୁଖ୍ୟଦ୍ୱାର ଦେଇ ମନ୍ଦିର ଭିତରକୁ ଯିବେ ଓ ଦର୍ଶନ ପରେ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ ।

LEAVE A REPLY

Please enter your comment!
Please enter your name here