ଛତ୍ରପୁରରେ ପୋଲିସର ସଚେତନତା ଫ୍ଲାଗ୍ ମାର୍ଚ୍ଚ

0
20

ଛତ୍ରପୁର (ଓବି ନ୍ୟୁଜ): କରୋନା ର ସଂକ୍ରମଣ ବୃଦ୍ଧି ଏବେ ପୁଣି ଚିନ୍ତାର ବିଷୟ ପାଲଟିଛି । କରୋନାର ଦ୍ୱିତୀୟ ଲହରି ରେ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ଦୁଇ ଅଙ୍କରେ ପହଂଚିଲାଣି । ମଙ୍ଗଳବାର ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ନିୟମ ର କଡାକଡି ଭାବେ ପାଳନ ନିଶ୍ଚିତ କରିବା ପାଇଁ ୧୦ ଦିନିଆ ପୋଲିସ୍ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ ଆଜି ଠାରୁ ଆସନ୍ତା ୧୬ ତାରିଖ ଯାଏଁ କାଭିଡ୍ ନିୟମ କଡାକଡି ପାଳନ ନିଶ୍ଚିତ କରିବା ପାଇଁ ସମସ୍ତ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହିକ୍ରମେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ବିଭିନ୍ନ ଥାନା ଅଂଚଳରେ ପୋଲିସ ଅଧିକାରୀ ମାନେ କୋଭିଡ ନିୟମ ପାଳନ କରିବା ନିମନ୍ତେ ସଚେତନତା ଆରମ୍ଭ କରିଛନ୍ତିି । ଛତ୍ରପୁର ଥାନା ପକ୍ଷରୁ ଆଜି ସ୍ଥାନୀୟ ରିକାପଲ୍ଲୀ ଛକ ଠାରୁ ଏକ ସଚେତନତା ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ଦ୍ୱାରା ଛତ୍ରପୁର ସହର ପରିକ୍ରମା କରି ମାଇକ ଯୋଗେ ଜନସାଧାରଣ ଓ ଦୋକାନୀ ମାନଙ୍କୁ କୋଭିଡ ନୀୟମ ପାଳନ କରିବା ନିମନ୍ତେ କୁହାଯାଇଛି । ମାସ୍କ ପିନ୍ଧିବା , ସାମାଜିକ ଦୂରତା ଓ ଦୋକାନୀ ମାନେ ପଞ୍ଚସୂତ୍ରୀ ନୀୟମ ମାନିବା ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଛି । ସହରରେ ଥିବା ମହଲ ଏବଂ ବଡ ବଡ ଦୋକାନ ମାନଙ୍କରେ ଗୋଲେଇ କରିବାକୁ କୁହାଯାଇଥିବା ବେଳେ ବହୁ ଦୋକାନୀ ମାନେ ପୋଲିସ ଅଧିକାରୀ ମାନଙ୍କ ଉପସ୍ଥିତ ରେ ଆଜି ଧଳା ରଙ୍ଗର ଗୋଲେଇ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଫ୍ଲାଗ ମାର୍ଚ୍ଚ ଓ ସଚେତନା କାର୍ଯ୍ୟକ୍ରମରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ , ସବଇନିସପେକ୍ଟର ସିଲୁ ଧଳ ଏବଂ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ଙ୍କ ସମେତ ଛତ୍ରପୁର ଥାନାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ । ଛତ୍ରପୁର ଏନଏସି ପକ୍ଷରୁ ମଧ୍ୟ ଲୋକଙ୍କୁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି । ଯେଉଁମାନେ ମାସ୍କ ପରିଧ୍ୟାନ କରି ନାହାଁନ୍ତି ସେମାନଙ୍କୁ ଏନଏସି ପକ୍ଷରୁ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା । ସେହିପରି ଚମାଖଣ୍ଡି ଥାନା ପକ୍ଷରୁ ଥାନା ଅଧିକାରୀ ସୀତାଶୁଂ ଶେଖର ମାନ୍ଧତାଙ୍କ ନେତୃତ୍ୱ ଥାନା ଅଂଚଳ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ଲୋକଙ୍କୁ କୋଭିଡ ନିୟମ କଡାକଡି ପାଳନ କରିବା ନିମନ୍ତେ ସଚେତନତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here