ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ୬୨ ହଜାର ଜରିମାନା ଆଦାୟ କଲା ଗଞ୍ଜାମ ଜିଲ୍ଲା ପୋଲିସ୍

0
8

ଛତ୍ରପୁର (ଓବି ନ୍ୟୁଜ): ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲା ବିଭିନ୍ନ ଥାନା ଅଂଚଳରେ ଯାଞ୍ଚ କରାଯାଇ ଟ୍ରାଫିକ୍ ଅବମାନନା ନେଇ ୩୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୩ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ କୁ ରଦ୍ଦ କରାଯାଇଛି । ସେହିପରି ବିନା ମାସ୍କ ଧାରିମାନଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ ଥାନାରେ ୯ ଟି ଅବକାରୀ ମାମଲା ରୁଜୁ କରାଯାଇ ୨୪୭.୯ ଲିଟର ମଦ ଜବତ କରାଯାଇଥିବା ବେଳେ ୯ ଜଣଙ୍କୁ ଗିରଫ୍ କରାଯାଇଥିବା ପୋଲିସ୍ ମୁଖ୍ୟାଳୟରୁ ଟୁଇଟ୍ ଯୋଗେ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here