ଗଞ୍ଜାମ (ଓବି ନ୍ୟୁଜ) ;ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଗଞ୍ଜାମ ବ୍ଲକ ର ବିଭିନ୍ନ ପଞ୍ଚାୟତ ଗ୍ରସ୍ଥ କରି ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟର ସମୀକ୍ଷା କରିଥିବା ଜଣା ପଡ଼ିଛି।ସନ୍ତୋଷ ପୁର ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ଡି.ନିରଞ୍ଜନ ରେଡି ଙ୍କ ସହ ଆଲୋଚନା କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ପରେ ନୂତନ ଭାବେ ନିର୍ମାଣ ହୋଇଥିବା ପାର୍କ ଦେଖି ଖୁସି ଜାହିର କରିବା ସହ ସରପଞ୍ଚ ଙ୍କୁ ଧନ୍ୟବାଦ ଜଣାଇଥିଲେ।କାର୍ତ୍ତିକଢ଼ି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସାତୁଳି ଗ୍ରାମରେ ରହିଥିବା ଶୀତଳ ଭଣ୍ଡାର ପରିଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ,ବିଦ୍ୟୁତ ବ୍ୟବସ୍ଥା,ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସମୟରେ ଲାଉପୁଟ ଆର ଡି ରୋଡ଼ ଓ ସାନ ଗୋପାଳପୁର ପି ଡବ୍ଲ୍ୟୁ ଡି ରୁ ଗ୍ରାମ୍ୟ ରୋଡ଼ ନିର୍ମାଣ ନିମନ୍ତେ ସରପଞ୍ଚ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସେହିପରି ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ରହିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ କ୍ଳାସ,ଛାତ୍ରାବାସ ବ୍ୟବସ୍ଥା ଓ ବିଦ୍ୟାଳୟ ଚତୁର୍ପାଶ୍ୱର ବୃକ୍ଷ ରୋପଣ
କରି ପରିବେଶକୁ ସବୁଜ ସୁନ୍ଦର କରିବାକୁ ପରମର୍ଶ ଦେବା ସହ ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷା ପ୍ରଦାନ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।
ସେହିପରି ଖଣ୍ଡଦେଉଳି,ପୋଇରାଶି ଏପରିକି ବିଭିନ୍ନ ପଞ୍ଚାୟତ ର ଗ୍ରସ୍ଥକରି ସ୍ଥାନୀୟ ଅଞ୍ଚଳର ଶିକ୍ଷା,ଗମାନାଗମନ,,ସ୍ଵାସ୍ଥ୍ୟ, ଆଲୋକୀକରଣ, ପାନୀୟଜଳ ଏପରିକି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ।
ଅନ୍ୟପଟେ କରୋନା ସତର୍କତା କୁ ନେଇ ବାହାରୁ ଆସୁ ଲୋକଙ୍କୁ କୋଭିଡ ଟେଷ୍ଟଟିଂ ବାଧ୍ୟତାମୂଳକ ସହ ସେମାନଙ୍କୁ ଆଇସୁଲେସନ ରେ ରଖିବା ବ୍ୟବସ୍ଥା ନେଇ ଜନ ପ୍ରତିନିଧି ଓ ପଞ୍ଚାୟତ ଅଧିକାରୀ ଙ୍କୁ ପରମର୍ଶ ଦେଇଥିଲେ।
ଏହି ଗ୍ରସ୍ଥ ବେଳେ ଗଞ୍ଜାମ ପଞ୍ଚାୟତ ସମିତି ଗୋଷ୍ଟି ଉନ୍ନୟନ ଅଧିକାରୀ ,ବି ଇ ଓ ତ୍ରିଲୋଚନ ତ୍ରିପାଠୀ,ସି ଡି ପି ଓ ସଲୀଳା ପ୍ରଧାନ ପ୍ରମୁଖଙ୍କ ସମେତ ଜନ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।