ଗଞ୍ଜାମ ସହରରେ ପୋଲିସ ପ୍ରଶାସନ ପକ୍ଷରୁ କରୋନା ସଚେତନତା

0
21

ଗଞ୍ଜାମ (ଓବି ନ୍ୟୁଜ) ;ଗଞ୍ଜାମ ସହରରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଞ୍ଜାମ ଥାନା ଅଧିକାରୀ ଦିଲିପ କୁମାର ସାହୁଙ୍କ ନେତୃତ୍ୱରେ କରୋନା
ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗଂଜାମ ସହର ର ତ୍ରିବେଣୀ ମଠ ଛକ ଠାରୁ ବଡ଼ ବଜାର ଦେଇ ସାନ ବଜାର ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସାମାଜିକ ଦୂରତା ରକ୍ଷାକରିବା ,ମାକ୍ସ ପରିଧ୍ୟାନ କରିବା ଆଦି ଜିଲ୍ଲାପାଳ ଙ୍କ ଦ୍ଵାରା ପୂର୍ବରୁ ଜାରୀ ହୋଇଥିବା ପଞ୍ଚସୁତ୍ରୀ ନିୟମ ପାଳନ କରିବାକୁ କୁହାଯାଇଥିଲା।ଏଥିରେ ଖିଲାପକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।
ନାରାୟଣ କଅଁର,ତ୍ରିନାଥ ପଟନାୟକ,ଅଜିତ ପରିଡା ପ୍ରମୁଖ ପୋଲିସ ଷ୍ଟାପ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।ଏଥିରେ ଏନ ଏ ସି କର୍ମଚାରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here