କାର ସହ ଗଞ୍ଜେଇ ଜବତ ଦୁଇ ଗିରଫ

0
242

ମୋହନା(ଓବି ନ୍ୟୁଜ)(ପି. ସଞ୍ଜୀବ ରାଓ): ଗଜପତି ଜ଼ିଲ୍ଲା ଅଡବା ପୋଲିସ ମଙ୍ଗଳବାର ଭୋର ସମୟରେ ଏସ. ଆଇ ଚନ୍ଦନ ଦାସ ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ କଲାବେଳେ ମାଣ୍ଡିମେରା-ଭକ୍ତ ନଗର ରୁ ଏକ କାର ନଂ – JH 01 V 2709 ରୁ 67କେଜି 400ଗ୍ରାମ ଗଞ୍ଜେଇ ଜବତ କରିଛି l ଉକ୍ତ ଗଞ୍ଜେଇ ଅଡବା ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l
ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ଦୁଇ ଅଭିଯୁକ୍ତ ବିହାର ପାଟଣା ର ଶାନ୍ତି ସିଂ ଏବଂ ନାଳନ୍ଦା ର ରଜନୀକାନ୍ତ କୁ ଗିରଫ କରିଛି l ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 3 ଲକ୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ, ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here