ଗୁଣୁପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟ କୁ 3 ଦିନ ପାଇଁ ବନ୍ଦ ଘୋଷଣା କଲେ ଉପ ଜିଲ୍ଲାପାଳ ।

0
119

ଗୁଣୁପୁର(ଓବି ନ୍ୟୁଜ)(ସୁରେନ୍ଦ୍ର ମହାନ୍ତି) ; ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଥିବା ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ କୁ ଆଜି ଠାରୁ ତିନି ଦିନ ଯାଏଁ ବନ୍ଦ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ । ଏଠାରେ ଅଧ୍ୟୟନ କରୁଥିବା 4 ଛାତ୍ର କୋରନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ଘୋଷଣା କରିଛନ୍ତି । ବର୍ତ୍ତମାନ କୌଣସି ଛାତ୍ରଛାତ୍ରୀ ଓ କର୍ମଚାରୀ ଙ୍କୁ ବିଶ୍ୱବିଦ୍ୟାଳୟ ପରିସର କୁ ପ୍ରବେଶ ବାରଣ କରାଯାଇଛି । ଅନୁଷ୍ଠାନ ପରିସରକୁ ଅଗ୍ନିଶମ ବାହିନୀ ଦ୍ୱାରା ସାନିଟାଇଜିଙ୍ଗ କରାଯିବା ସହ ସଂସ୍ପର୍ଶରେ ଆସିଥିବା ପିଲାଙ୍କୁ ଚିହ୍ନଟ କରି ଟେଷ୍ଟିଂ ପ୍ରକ୍ରିୟା ଚାଲୁ ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here