ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରଣୀ ମହାନ୍ତି ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
49

ଚୌଦ୍ୱାର(ଓବି ନ୍ୟୁଜ)(ଏମ୍. ନବୀନ) : ଚୌଦ୍ଵାର ପୌରପାଳିକା ସ୍ଥିତ ବିରାଟ କଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରଣୀ ମହାନ୍ତି ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପୁରାତନ ଛାତ୍ର ସାମୁଖ୍ୟ ର ଆବାହକ ତଥା ପୂର୍ବତନ ବରିଷ୍ଠ କାଉନସିଲର ଶୁଭେନ୍ଦୁ ସମାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ଶ୍ରୀମାନ ସୌଭିକ ବିଶ୍ୱାଳ ଯୋଗଦେଇ ଶ୍ରୀମତୀ ମହାନ୍ତି ଙ୍କ ଭଳି ଜଣେ କର୍ତ୍ତବ୍ୟ ନିଷ୍ଠା ଛାତ୍ର ବତ୍ସଳା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ ହରାଇବା ସହିତ ସମସ୍ତ ଶିକ୍ଷା ସମାଜ ରେ ତାଙ୍କ ଭଳି ଆଦର୍ଶ ଶିକ୍ଷୟତ୍ରୀ ହେବାପାଇଁ ଆହ୍ୱାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ଟାଙ୍ଗି ଚୌଦ୍ୱାର ର ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ର ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ମହାନ୍ତି ଯୋଗଦେଇ ଶ୍ରୀମତୀ ମହାନ୍ତି ଙ୍କ ୩୫ ବର୍ଷ ର ଲମ୍ବା ଶିକ୍ଷାଯାତ୍ରା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ।ସମ୍ନାନିତ ଅତିଥି ଭାବେ ଚୌଦ୍ୱାର ପୋୖର ନିର୍ଵାହି ଅଧିକାରୀ ଶ୍ରୀ ପବିତ୍ର କୁମାର ବେହେରା ଗୁରୁ ପଦ୍ମଶ୍ରୀ ଶ୍ରୀ ଉତ୍ସବ ଚରଣ ଦାସ, ପ୍ରଧାନ ଶିକ୍ଷକ ମାନେ ଯଥାକ୍ରମେ ଗୌତମ ଆଚାର୍ଯ୍ୟ, ମନ୍ମଥ କୁମାର ସାହୁ, ମମତା ସାହୁ, ଝାଟେଶ୍ୱର ନୋଡାଲ କ୍ଲଷ୍ଟର ର ସି. ଆର. ସି. ସି ଶ୍ରୀ ପୁର୍ଣ୍ଣଚନ୍ଦ୍ର ସେଠି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ସି. ଆର. ସି. ସି ଶ୍ରୀ ସେଠି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଉତ୍ସବ କୁ ବରିଷ୍ଠ ସି. ଆର. ସି. ସି ସମରେନ୍ଦ୍ର ସରଙ୍ଗୀ, ଗୋପୀ ନାଥ ପ୍ରଧାନ, ଜ୍ଞାନ ରଞ୍ଜନ ବିଶ୍ୱାଳ, ରଞ୍ଜିତ ଗୁରୁ, ଅଞ୍ଜଳୀ ଦାସ,ବିଷ୍ଣୁ ପ୍ରସାଦ ମିଶ୍ର, ମାନସ ସାର ଓଝାଟେଶ୍ୱର ନୋଡାଲ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।ପରିଶେଷରେ ପୁର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ବିରେନ୍ଦ୍ର କୁମାର ପ୍ରଧାନ ଙ୍କ ନେତୃତ୍ୱରେ ବହୁ ଶିକ୍ଷା ଅନୁଷ୍ଠାନ ,ପୁରାତନ ଛାତ୍ର ଛାତ୍ରୀ ଓ ସାମାଜିକ ଅନୁଷ୍ଠାନ ତରଫରୁ ଶ୍ରୀମତୀ ମହାନ୍ତି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here