ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ସି.ପି.ଆଇ.ଏମ ବିକ୍ଷୋଭ

0
23

ଚୌଦ୍ୱାର(ଓବି ନ୍ୟୁଜ)(ଏମ୍. ନବୀନ):ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ ରେ ଓ,ଇ,ଆର୍,ସି, ବିଦ୍ୟୁତ୍ ଶୁଳ୍କରେ ୟୁନିଟ୍ ପ୍ରତି ୩୦ ପଇସା ବୃଦ୍ଧି କରିବା । କୈାଣସି ପୁଞ୍ଜିନିବେଶ ବିନା ଟାଟା ପାୱାରକୁ ଓଡ଼ିଶା ସରକାର ବିଦ୍ୟୁତ୍ ବିତରଣ ଦାୟିତ୍ଵ ଏବଂ ଟାଟା ପାୱାର କର୍ମଚାରୀମାନେ ଜୋର ଜବରଦସ୍ତ ସାଧାରଣ ଲୋକମାନଙ୍କ ଠାରୁ ଫି୍ ଆଦାୟ କରି ବଡ଼ ବଡ଼ କମ୍ପାନୀମାନଙ୍କୁ ଛାଡ଼ କରିବା । ପ୍ରତିବାଦରେ ଆଜି ସି.ପି.ଆଇ.(ଏମ ) ତରଫରୁ ଚୌଦ୍ବାର ଗାନ୍ଧୀ ଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ବିଦ୍ୟୁତ୍ ଉପଖଣ୍ଡ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ‌। ଏହି କାର୍ଯ୍ୟକ୍ରମ ରେ ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ତଥା ଆଞ୍ଚଳିକ ସଂପାଦକ ବିଷ୍ଣୁ ବେହେରା ସଭାପତିତ୍ବ କରିଥିବା ବେଳେ ସମିତି ସଭ୍ୟ ରମେଶ ବେହେରା, ପୂର୍ବତନ ସମିତି ସଭ୍ୟ ଡମ୍ବରୁଧର ସାହୁ, ଯୁବନେତା ରଶ୍ମି ରଞ୍ଜନ ତ୍ରିପାଠୀ,ମହେନ୍ଦ୍ର ଜେନା, ଚନ୍ଦ୍ର ମୋହନ ମାଝି, ବିପିନ୍ ବିହାରୀ ସାହୁ,ଜୟ ସିଂ, ରମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here