ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସ୍ଥିତ ଧର୍ମଶାଳା ଜଗନ୍ନାଥ ମନ୍ଦିରରେ ନୂତନ ମହନ୍ତ ଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବୈଷ୍ଣବ ରାମ ନାରାୟଣ ଦାସଙ୍କ ବ୍ରହ୍ମଲୀନର ତ୍ରୟୋଦଶ ଉତ୍ସବ ରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ 40ଜଣ ସାଧୁ ମହାତ୍ମା ଏବଂ ଗ୍ରାମ ବାସୀମାନଙ୍କର ସର୍ବ ସମତି କ୍ରମେ ନୂତନ ମହନ୍ତ ରୂପେ ବାବାଜୀ ବସୁଦେବ ଦାସଙ୍କୁ ମହନ୍ତ ପଦରେ ଭୂଷିତ କରାଯାଇଥିଲା। ସମସ୍ତ ସାଧୁ ମଣ୍ଡଳୀ ଓ ଭକ୍ତବୃନ୍ଦ ସଂକୀର୍ତନ ସହିତ ନଗର ପରିକ୍ରମା କରି ଥିଲେ । ମୁଖ୍ୟ ସାଧୁ ରୂପେ ବାବା ବିଷ୍ଣୁ ଗିରି ଯଜ୍ଞଶାଳା ମହନ୍ତ ଗୋବିନ୍ଦ ବାବା ,ପୁରୀ ରାଧା ମଧାବ ଆଶ୍ରମ ମହନ୍ତ ବିନୋଦ ଦାସ ପ୍ରମୁଖ ଙ୍କ ସମେତ ବହୁ ସନ୍ଥ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।