ବଟେଶ୍ୱର ଶୈବପୀଠ ଜିଲ୍ଲାପାଳ ଙ୍କ ପରିଦର୍ଶନ

0
17

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ;ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମ ଥର ପାଇଁ ପରିଦର୍ଶନ କରିଛନ୍ତି।
ମନ୍ଦିର କୁ ଯାଇ ଠାକୁରଙ୍କୁ ପୂଜାର୍ଚନା କରିଥିଲେ ।ପ୍ରାକୃତିକ ସୌନ୍ଧର୍ଯ୍ୟ ମଧ୍ୟରେ ରହିଥିବା ମନ୍ଦିର ବୁଲି ଦେଖିଥିଲେ। ଏଠାକାର ପରିବେଶ ଦେଖି ଖୁଶିବ୍ୟକ୍ତ କରିଥିଲେ।ଆଗାମି ଦିନରେ ଏହାର ଅଧିକ ଉନ୍ନତି କରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହା ସହିତ ଆଗାମି ଦିନରେ ପୋତାଗଡ଼ ଦୁର୍ଗ,ବଟେଶ୍ୱର ଶୈବପୀଠ ଓ ଅଳେଶ୍ୱର ଶୈବପୀଠ କୁ ନେଇ ଇକୋ ଟ୍ୟୁରିଜିମ କରାଯିବା ନେଇ ସେ କହିଥିଲେ।ଏହା ସହ ସ୍ଥାନୀୟ ସରପଞ୍ଚ ଦିଲିପ ଛୋଟରାୟ ମିନ୍ଦିର କୁ ସଂଯୋଗ କରୁଥିବା ରାସ୍ତା ସମ୍ପ୍ରସାରଣ ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ବିଡ଼ିଓ ବିଶ୍ୱଜିତ ରାୟ,ବି ଇ ଓ ତ୍ରିଲୋଚନ ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ,ଶିବ ପ୍ରସାଦ ସ୍ବାଇଁ,ମନ୍ଦିର ପରିଚାଳନା କମିଟି ସମ୍ପାଦକ ରଞ୍ଜିତ ପଲାଇ ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ , ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ସେହିପରି କାଇଁଚପୁର ପଞ୍ଚାୟତ ର ବାଲି ଲୋକନାଥ ମନ୍ଦିର ଓ ନିକଟରେ ରେ ହୋଇଥିବା ପାର୍କ ପରିଦର୍ଶନ କରିବା ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ବୁଲି
ଦେଖିଥିଲେ।ସ୍ଥାନୀୟ ସରପଞ୍ଚ ଜି.ସନ୍ତୋଷ ରେଡି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here