ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସହର ସ୍ଥିତ ସାଉଥ କୋ ଅଫିସ ସମ୍ମୁଖରେ ଗୁରବାର ଦିନ ସି ପି ଆଇ ଏମ ଗଞ୍ଜାମ ଆଞ୍ଚଳିକ କମିଟି ପକ୍ଷରୁ ଚାରି ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟତଃ ଭାବେ
ବିଦ୍ୟୁତ ସେବାର ଘରୋଇ କରଣ ବନ୍ଦ କରିବା,ବିଦ୍ୟୁତ ବିତରଣ ରୁ ଘରୋଇ କମ୍ପାନୀ ଟାଟା କୁ ହଟାଇବା,ୟୁନିଟ ପିଛା ୩୦ ପଇସା ବୃଦ୍ଧି କୁ ବାତିଲ କରିବା,ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ଦାବୀ ନେଇ ବିକ୍ଷୋଭ ହୋଇଥିଲା।ଏଥିରେ ସି ପି ଆଇ ଏମ ରାଜ୍ୟ କମିଟି ସଭ୍ୟ ରାମଚନ୍ଦ୍ର ନାୟକ,ଜିଲ୍ଲା କମିଟି ସଭ୍ୟ ଦିଲିପ ଛୋଟରାୟ,କୃଷକ ସଭାର ରାଜ୍ୟ ଉପ ସଭାପତି ପି.ହରିକୃଷ୍ଣ ରେଡି,ପଦ୍ମଚରଣ ପ୍ରଧାନ,ଖଲି ସ୍ବାଇଁ,କୃଷ୍ଣ ଚନ୍ଦ୍ର ସାହୁ,ଧର୍ମରାଜ ସ୍ବାଇଁ,ସନ୍ତୋଷ ଗୌଡ଼,ରବି ବେହେରା,ତ୍ରିନାଥ ବେହେରା ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।