ନିମ୍ବ ଗଛ ମୂଳେ ମା ଦଣ୍ଡ କାଳୀଙ୍କ ପ୍ରଭା ଓ ଚଢ଼େୟା ଦଣ୍ଡ, ଦେଖିବାକୁ ଲୋକଙ୍କ ଭିଡ଼

0
71

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସହର ସ୍ଥିତ ୧ ନମ୍ବର ୱାର୍ଡ ଚୌଧୁରୀ ସାହି ଶେଷରେ ଖାଇଲା ବନ୍ଧ ନିକଟସ୍ଥ ନିମ୍ବ ଗଛ ମୂଳରେ ମା ଦଣ୍ଡକାଳୀ ଙ୍କ ପ୍ରଭା , ଚଢ଼େୟା ଦଣ୍ଡ,ପିଂଛ ଓ ବେତ ଥିବା ଦେଖିବାକୁ ମିଳିଛି l ଗତକାଲି ବିଳମ୍ବିତ ରାତିରେ କେହି ରଖିଥିବା ଅନୁମାନ କରାଯାଉଛି l ଏହାକୁ ଦେଖି ସ୍ଥାନୀୟ ଲୋକେ ପୂଜାର୍ଚନା କରୁଛନ୍ତି l ଏହାକୁ ଦେଖିବାକୁ ସକାଳୁ ସକାଳୁ ଲୋକ ଙ୍କ ସୁଅ ଛୁଟିଛି l ସୂଚନା ଯୋଗ୍ୟ ଗତ ଦୁଇବର୍ଷ ତଳେ ମଧ୍ୟ ମାଛ ମାର୍କେଟ ସ୍ଥିତ କଲେଜ ରୋଡ଼ ଠାରେ କେହି ଏମିତି ଦଣ୍ଡ କାଳୀ ମାଙ୍କ ପ୍ରଭା ରଖି ଚାଲି ଯାଇଥଲେ lଯାହାକୁ ନେଇ ଦାମୋଦରପୁର ସ୍ଥିତ ନାଉଡି ବନ୍ଧ ନିକଟରେ ମନ୍ଦିର କରାଯାଇ ସେହିଦିନ ଠାରୁ ଗଞ୍ଜାମ ରେ ମା ଦଣ୍ଡ କାଳୀଙ୍କ ତେର ଦିନିଆ ଦଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି l

LEAVE A REPLY

Please enter your comment!
Please enter your name here