ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ; ୨ ଲକ୍ଷ ୭୬ ହଜାର ଜରିମାନା ଆଦାୟ

0
17

ଛତ୍ରପୁର (ଓବି ନ୍ୟୁଜ) : ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମ ଅବମାନନା ନେଇ ୧ ଲକ୍ଷ ୨୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୩ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ କୁ ରଦ୍ଦ କରାଯାଇଛି । ସେହିପରି ବିନା ମାସ୍କ ଧାରୀମାନଙ୍କ ଠାରୁ ୧ ଲକ୍ଷ ୫୫ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ ଥାନାରେ ୩ ଟି ଅବକାରୀ ମାମଲା ରୁଜୁ କରାଯାଇ ୪୫ ଲିଟର ମଦ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ୍ କରାଯାଇଥିବା ପୋଲିସ୍ ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here