ବଢୁଛି ତାତି, ପାଣି ପାଇଁ ଡହଳବିକଳ ଗାଁଠୁ ସହର

    0
    16

    ବୀରମହାରାଜପୁର(ଓବି ନ୍ୟୁଜ)(ସୂର୍ଯ୍ୟନାରାୟଣ ପଣ୍ଡା): ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଅସହ୍ୟ ହେଉଛି ତାତି । ଏହା ସାଙ୍ଗକୁ ଦେଖାଯାଉଛି ପାନୀୟ ଜଳ ସଙ୍କଟ । କେତେକ ସ୍ଥାନରେ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ଯୋଜନା ତ ଅନ୍ୟ କେତେକ ସ୍ଥାନରେ ଜଣ ସ୍ୱାସ୍ଥ୍ୟ ବିଭାଗ ଅବହେଳାରୁ ଜଳ ସଙ୍କଟ ସମସ୍ୟା ଆହୁରି ସଙ୍ଗୀନ ହେଉଛି । ସେହିପରି ସରକାରଙ୍କ “ବସୁଧା ” ଯୋଜନା ସଠିକ କାର୍ଯ୍ୟକ୍ଷମ ହେଉନଥିବା ଦେଖିବାକୁ ମଧ୍ୟ ମିଳୁଛି । ସେପରି ସହର ତଥା ଗ୍ରାମ ମାନଙ୍କ ରେ ଥିବା ନଳକୂପ ଗୁଡିକ ମରାମତି ଅଭାବରୁ ଅଚଳ ହୋଇ ପଡିରହିଛି । ଅନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି କାଲି କହି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ଫଳରେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଗାଁ ଠୁ ସହରବାସୀ । ସରକାରଙ୍କ ବସୁଧା ଓ ଅନ୍ୟାନ୍ୟ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଶୁଦ୍ଧ ପାନୀୟ ଯୋଗାଣ ବ୍ୟବସ୍ଥା ହୋଇଛି । କିନ୍ତୁ ଏହି ବ୍ଲକ ର ଅଧିକାଂଶ ପଞ୍ଚାୟତ ମାନଙ୍କରେ ଏସବୁ ଯୋଜନା କେବଳ ନାଁ କୁ ମାତ୍ର । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରିବାକୁ ଆସୁନାହାନ୍ତି କର୍ମଚାରୀ । ବସୁଧା ଯୋଜନା ରେ ନିର୍ମାଣ ହୋଇଥିବା ଓଭରହେଡ଼ ପାଣି ଟାଙ୍କି ସେମିତି ଅଚଳ ହୋଇରହିଛି । ଫଳରେ ବିଶୁଦ୍ଧ ପାନୀୟ ଜଳ ଅନେକଙ୍କ ପାଇଁ ସପନ ହୋଇ ରହିଯାଇଛି ! ଉପାନ୍ତ ଗ୍ରାମ ମାନଙ୍କରେ ନା କାମ କରୁଛି ନଳକୂପ ନା ଅଛି ବସୁଧା ଯୋଜନା ର ଓଭରହେଡ଼ ଟାଙ୍କି ! ରାତି ପାହିଲେ ଗ୍ରାମବାସୀଙ୍କ ପାଣି ଚିନ୍ତା ! ଖରା ଦିନେ ନାଳ, ପୋଖରୀ ପାଣି ସେମାନଙ୍କ ସାହା ଭରସା ପାଲଟିଛି ! ସେହିପରି ନାଳ ପୋଖରୀ ର ଦୂଷିତ ପାଣି କୁ ବ୍ୟବହାର କରି ଲୋକେ ବିଭିନ୍ନ ସମୟରେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି ! ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କଥା କେହି ଶୁଣୁନଥିବା ଅଭିଯୋଗ ହେଉଛି ! ଖାଲି ସେତିକିରେ ସୀମିତ ନୁହେଁ ଖରାର ପ୍ରାକାପ ବଢ଼ି ବଢ଼ି ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ଵାରା କୋଣସି ସ୍ଥାନରେ ଜଳ ଛତ୍ର ଟିଏ ବି ଖୋଲି ନ ଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ! ତେବେ ଏବେଠୁ ଜଳ ସଙ୍କଟର ସମାଧାନ କରା ନ ଗଲେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି କେତେକ ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି !

    LEAVE A REPLY

    Please enter your comment!
    Please enter your name here